ଆଜି ସହିଦ ଦିବସ ! ଆସନ୍ତୁ ଜାଣିବା ୩ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ସମ୍ପର୍କରେ
୧୯୩୧ ମସିହା ଆଜିର ଦିନରେ ଭାରତର ଆକାଶରେ କଳା ବାଦଲ ମାଡିଆସିଥିଲା । ୩ ସ୍ୱାଧୀନତା ସଂଗ୍ରାମୀଙ୍କୁ ହରାଇଥିଲା ଦେଶ । ପ୍ରତିଟି ଭାରତୀୟଙ୍କ ସ୍ୱାଧୀନତା ପାଇଁ ଲଢୁଥିବା ଭଗତସିଂହ, ଶୁଖଦେବ ଓ ରାଜଗୁରୁଙ୍କୁ ଫାଶୀ ଦେଇଥିଲେ ବ୍ରିଟିଶ ସରକାର । ଏହାକୁ ମନେ ପକାଇ ପ୍ରତିବର୍ଷ ମାର୍ଚ୍ଚ ୨୩କୁ ସାରା ଦେଶ ସହିଦ ଦିବସ ଭାବେ ପାଳନ କରୁଛି ।
ଏହି ତିନି ମହାନ ବିପ୍ଳବୀଙ୍କୁ ପଞ୍ଜାବର ହୁସେନାୱାଲାରେ ଫାଶୀ ଦିଆଯାଇଥିଲା । ଯେଉଁମାନେ ବ୍ରିଟିଶ ସାମ୍ରାଜ୍ୟ ବିରୋଧ ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏବଂ ଅନେକ ଯୁବକଙ୍କୁ ବୈପ୍ଳବିକ ପଥ ଅନୁସରଣ କରିବାକୁ ପ୍ରେରଣା ଦେଇଥିଲେ । ପ୍ରତିବର୍ଷ ୨୩ ମାର୍ଚ୍ଚରେ ଏହି ସାହସୀ ବିପ୍ଳବୀଙ୍କ ସ୍ମୃତିରେ ସହିଦ ଦିବସ ଭାବରେ ପାଳନ କରାଯାଏ ।
ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ…
ମାତ୍ର ୨୩ ବର୍ଷ ବୟସରେ ଦେଶ ପାଇଁ ଯିଏ ହସି ହସି ବଳିଦାନ ଦେଇଥିଲେ ସେ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ । ୧୯୦୭ ସେପ୍ଟେମ୍ବର ୨୭ରେ ପଞ୍ଜାବର ବଙ୍ଗା ଗାଁର ଜାରାନୱାଲା (ଯାହା ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ) ସେଠାରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଭାଗବତ ସିଂ ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ବଢିଥିଲେ । ତାଙ୍କ ମାମୁଁ ସର୍ଦ୍ଦାର ଅଜିତ ସିଂ ଏବଂ ତାଙ୍କ ପିତା କିଶନ ସିଂ ଥିଲେ ମହାନ ସ୍ୱାଧୀନତା ସଂଗ୍ରାମୀ । ଛୋଟ ବେଳୁ ହିଁ ସେ ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ଯେତେବେଳେ ତାଙ୍କ ପିତାମାତା ତାଙ୍କ ବିବାହ ପାଇଁ ଚିନ୍ତା କରିଥିଲେ ଏବଂ ତାଙ୍କର ମତ ଲୋଡିଥିଲେ ସେତେବେଳେ ସେ କହିଥିଲେ ଯ ଯଦି ମୁଁ ଦାସ-ଭାରତରେ ବିବାହ କରିବି । ଆଉ ମୋର ବର କେବଳ ମୋର ମୃତ୍ୟୁ ହେବ ।
ସ୍ୱାଧୀନତା ସଂଗ୍ରାମୀ ସୁଖଦେବ ଥାପର…
୧୯୦୭ ମେ ୧୫ରେ ଜନ୍ମ ଗ୍ରହଣ କରିଥିଲେ ସ୍ୱାଧୀନତା ସଂଗ୍ରାମୀ ସୁଖଦେବ ଥାପର । ସେ ଛୋଟୁ ବେଳୁ ହିଁ ଭାରତୀୟଙ୍କ ଉପରେ ବ୍ରିଟିଶ ସରକାରଙ୍କ ଜୁଲୁମ ବୁଝି ଯାଇଥିଲେ । ବିପ୍ଳବୀମାନଙ୍କ ସହ ମିଶି ଦେଶକୁ ମୁକ୍ତ କରିବାକୁ ସେ ସ୍ଥିର କରିନେଇଥିଲେ । ହିନ୍ଦୁସ୍ତାନ ସମାଜବାଦୀ ରିପବ୍ଲିକାନ ଆସୋସିଏସନର ସଦସ୍ୟ ଭାବରେ ସୁଖଦେବ ଥାପର ପଞ୍ଜାବ ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ଅଞ୍ଚଳରେ ବୈପ୍ଳବିକ ବୈଠକ ଆୟୋଜନ କରିଥିଲେ । ସେ ଲାହୋରର ନ୍ୟାସନାଲ କଲେଜରେ ଯୁବକମାନଙ୍କୁ ଭାରତର ଗୌରବମୟ ଅତୀତ ବିଷୟରେ ଶିକ୍ଷା ଦେଇଥିଲେ । ସେ ଅନ୍ୟ ପ୍ରସିଦ୍ଧ ବିପ୍ଳବୀମାନଙ୍କ ସହ ଲାହୋରରେ ‘ ନ ଜୱାନ ଭାରତ ସଭା’ ଆରମ୍ଭ କରିଥିଲେ । ଏହି ସଂଗଠନ ମୁଖ୍ୟତଃ ଯୁବକମାନଙ୍କୁ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରସ୍ତୁତ କରିଥିଲା । ସେ ଅନେକ ବୈପ୍ଳବିକ କାର୍ଯ୍ୟକଳାପରେ ସକ୍ରିୟ ଥିଲେ, କିନ୍ତୁ ଲାହୋର ଷଡଯନ୍ତ୍ର ମାମଲାରେ ତାଙ୍କର ସାହସିକ ଆକ୍ରମଣ ପାଇଁ ତାଙ୍କୁ ସ୍ମରଣ କରାଯାଏ ।
ସ୍ୱାଧୀନତା ସଂଗ୍ରାମୀ ଶିବରାମ ହରି ରାଜଗୁରୁ…
୧୯୦୮ ମସିହା ପୁଣେର ଖେଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଶିବରାମ ହରି ରାଜଗୁରୁ । ୧୬ ବର୍ଷ ବୟସରେ ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ ବାରାଣାସୀକୁ ଆସି ଖୁବ୍ କମ୍ ବୟସରେ ସଂସ୍କୃତ ଅଧ୍ୟୟନ କରିବା ପାଇଁ ଆସିଥିଲେ । ବାରାଣାସୀରେ ଅଧ୍ୟୟନ ସମୟରେ ରାଜଗୁରୁ ଅନେକ ବିପ୍ଳବୀଙ୍କ ସହ ଯୋଗାଯୋଗ କରିଥିଲେ । ବ୍ରିଟିଶ ମାନଙ୍କଠାରୁ ଭାରତକୁ ମୁକ୍ତ କରିବା ପାଇଁ ବିପ୍ଳବୀମାନଙ୍କ ସହିତ ମିଶି କିଛି କରିବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା । ସେ ବ୍ରିଟିଶ ସାମ୍ରାଜ୍ୟର ହୃଦୟରେ ଭୟ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ହିନ୍ଦୁସ୍ତାନ ସମାଜବାଦୀ ରିପବ୍ଲିକାନ୍ ଆର୍ମିରେ ଯୋଗ ଦେଇଥିଲେ । ୧୯ ଡିସେମ୍ବର ୧୯୨୮ ରେ ରାଜଗୁରୁ ଭାଗବତ ସିଂଙ୍କ ସହ ସାଣ୍ଡର୍ସଙ୍କୁ ଗୁଳି କରିଥିଲେ । ୨୮ ସେପ୍ଟେମ୍ବର ୧୯୨୯ ରେ ରାଜଗୁରୁ ମଧ୍ୟ ଜଣେ ରାଜ୍ୟପାଳଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ତାହାର ଠିକ ପରଦିନ ତାଙ୍କୁ ପୁଣେରୁ ଗିରଫ କରାଯାଇଥିଲା । ‘ଲାହୋର ଷଡଯନ୍ତ୍ର’ ମାମଲାରେ ସମ୍ପୃକ୍ତ ଥିବାରୁ ରାଜଗୁରୁଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଥିଲା ।
