ଆଜି ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ
ଭୁବନେଶ୍ୱର : ପୌର ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଅନେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନଥିବାରୁ ଆଜି ଭିଡ଼ ଜମିପାରେ ।
ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆସନ୍ତା ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ । ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ହେବ ଭୋଟ୍ ନିଆଯିବ । ୨୬ ତାରିଖରେ ଭୋଟ ଗଣତି ହେବ ।
