ଆଜି ହ୍ରିତିକ୍ ରୋଶନଙ୍କ ଜନ୍ମଦିନ, ଜାଣନ୍ତୁ କିଛି ରୋଚକପୂର୍ଣ୍ଣ କଥା
ମୁମ୍ବାଇ : ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ । ଇଣ୍ତଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏହି ହ୍ୟାଣ୍ତସମ୍ ହଙ୍କ୍। ଡ୍ୟାନ୍ସ ହେଉ କି ଅଭିନୟ ସବୁଥିଲେ ସେ ବେଶ୍ ପାରଙ୍ଗମ । ଆଲିସାନ ଜୀବନ ଜିଉଁଛନ୍ତି ସେ। ଆଜି ଏହି ଅଭିନେତାଙ୍କ ଲାଇଫଷ୍ଟାଇଲ କଥା ସମସ୍ତେ ଜାଣନ୍ତି। କିନ୍ତୁ ଏହି ଅଭିନେତାଙ୍କ ପିଲାଦିନ ଦାରିଦ୍ରତା ଭିତରେ କଟିଥିଲା । ଏପରି ଏକ ସମୟ ଥିଲା ଯେ, ତାଙ୍କ ପିତା ରାକେଶ ରୋସନଙ୍କ ପାଖରେ ଘରଭଡା ଦେବାକୁ ମଧ୍ୟ ଅର୍ଥ ନ ଥିଲା । ତେବେ ଆଜି ଏହି ଅଭିନେତାଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକପୂର୍ଣ୍ଣ କଥା ।
ହ୍ରିତିକ ରୋଶନ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଯେତେବେଳେ ପିଲା ଥିଲ ,ସେତେବେଳେ ସେଠିକ ଭାବରେ କଥା କହି ପାରୁନ ଥିଲେ । କଥା କହିବା ସମୟରେ ତାଙ୍କର ପାଟି ଲାଗୁଥିଲା। ଯାହାକୁ ନେଇ ତାଙ୍କ ସ୍କୁଲ ପିଲାମାନେ ମଧ୍ୟ ତାଙ୍କୁ ଚିଡାଇବା ସହ ଥଟ୍ଟା କରୁଥିଲେ । ଏହି କାରଣରୁ ସ୍କୁଲରେ ତାଙ୍କର କେହି ବନ୍ଧୁ ନ ଥିଲେ । ଏପରିକି ତାଙ୍କର କେହି ଝିଅ ସାଙ୍ଗ ମଧ୍ୟ ନ ଥିଲେ। ତାଙ୍କୁ ଯେତେବେଳେ ୬ ବର୍ଷ ବୟସ ହୋଇଥିଲା ସେ ସେତେବେଳେ ଅଭିନୟ ଆରମ୍ଭ କରିଥିଲେ । ୧୯୮୦ ସେ ପ୍ରଥମ କରି ଫିଲ୍ମ ‘ଆଶା’ ଅଭିନୟ ଆରମ୍ଭ କରିଥିଲେ । ଅଭିନେତା ଜିତେନ୍ଦ୍ରଙ୍କ ସହ ଏହି ଫିଲ୍ମର ଏକ ଗୀତରେ ନାଚୁଥିବାର ନଜର ଆସିଥିଲେ। ଯେଉଁଥି ପାଇଁ ତାଙ୍କୁ ପାରିଶ୍ରମିକ ବାବଦରେ ମାତ୍ର ୧୦୦ ଟଙ୍କା ମିଳିଥିଲା ।
ହ୍ରିତିକ ରୋଶନ ଅଧ୍ୟୟନ ଶେଷ କରିବା ପରେ ସେ ସହକାରୀ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ହ୍ରିତିକ ତାଙ୍କ ପିତା ରାକେଶ ରୋଶନ ଚଳଚ୍ଚିତ୍ର ସହିତ ମିଶି ‘ଖୁଦଗରଜ୍’, ‘କିଙ୍ଗ ଅଙ୍କଲ’, ‘କରଣ ଅର୍ଜୁନ’ ଏବଂ ‘କୋଏଲା’ ଭଳି ଚଳଚ୍ଚିତ୍ରରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ନିଜ ପିତାଙ୍କ ସହ ମିଶି କାମ କରୁଥିବା ବେଳେ ସେ ଅଭିନେତା ହେବାକୁ ଚିନ୍ତା କରିଥିଲେ । ପିତାଙ୍କ ସହ ମିଶି ଫିଲ୍ମ ସୁଟିଂ ଶେଷ ହେବା ପରେ ହ୍ରିତିକ ନିଜେ କ୍ୟାମେରା ଆଗରେ ଅଭିନୟ କରୁଥିଲେ । ତେବେ, ଏସବୁକୁ ସୁଟ କରିବା ପରେ ସେ ଏକ ରିଲ୍ ପ୍ରସ୍ତୁତ କରୁଥିଲେ ଏବଂ ନିଜ ଅଭିନୟକୁ ସେଥିରେ ଦେଖୁଥିଲେ। ଅଭିନେତା ହେବା ପାଇଁ କଣ ସବୁ ଦରକାର ଭାବି ସେ ନିଜକୁ ପରଖୁ ଥିଲେ ।
ବଲିଉଡର ଏହି ସୁପରହିଟ ଫିଲ୍ମ ‘କହୋନା ପ୍ୟାର ହେ’ର ନିର୍ଦ୍ଦେଶକ ଥିଲେ ରାକେଶ ରୋସନ । ଏହି ଫିଲ୍ମରେ ରାକେଶ ପୁଅ ହ୍ରିତିକ୍ ଙ୍କୁ ନୁହେଁ ବରଂ ଶାହରୁଖ ଖାନଙ୍କୁ ନେବାକୁ ଚାହୁଁଥିଲେ। କିନ୍ତୁ ଫିଲ୍ମର ସ୍କ୍ରିପ୍ଟ ଦେଖି ସେ ନିଜ ପୁଅକୁ ନେବାକୁ ଚାହିଁଥିଲେ । ପରେ ଏହି ଫିଲ୍ମରେ ଅଭିନୟ କରିଥିଲେ ହ୍ରିତିକ୍ । ହ୍ରିତକଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍ ମଧ୍ୟ ହୋଇଥିଲା । ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମର ଜବରଦସ୍ତ ସଫଳତା ପରେ ହ୍ରିତିକଙ୍କ ନିକଟକୁ ୩୦୦୦ ଝିଅଙ୍କ ବିବାହ ପ୍ରସ୍ତାବ ମଧ୍ୟ ଆସିଥିଲା । ପରେ ରାତାରତି ଷ୍ଟାର ବନି ଯାଇଥିଲେ ବଲିଉଡର ଏହି ଗ୍ରୀଡ୍ ଗଡ । ୧୯୭୪ ମସିହା,ଜାନୁଆରୀ ୧୦ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ହ୍ରିତିକ୍।
ନିକଟରେ ରିଲିଜ୍ ହୋଇଥିଲା ହ୍ରିତିକଙ୍କ ଅଭିନୀତ ଚଳଚ୍ଚିତ୍ର ‘ବିକ୍ରମ ବେଧା’ । ବକ୍ସ ଅଫିସରେ ବଡ଼ ହିଟ୍ ହୋଇନଥିଲା ଏହି ଚଳଚ୍ଚିତ୍ର । ଏହାପୂର୍ବରୁ ହ୍ରିତିକଙ୍କ ଚଳଚ୍ଚିତ୍ର ‘ଓ୍ୱାର’ ରିଲିଜ ହୋଇଥିଲା । ଯାହା ବକ୍ସ ଅଫିସରେ କରିଥିଲେ ଧମାଲ୍ । ବହୁ ବର୍ଷ ପରେ ବି-ଟାଉନକୁ କମ୍ବ୍ୟାକ୍ କରିଥିଲେ ଏହି ଅଭିନେତା । କୁହାଯାଏ ନୂତନ ଶତାବ୍ଦୀରେ ଡେବ୍ୟୁ କରିଥିବା ହ୍ରିତିକ ପ୍ରଥମ ସୁପରଷ୍ଟାର । କାରଣ ଯେଉଁମାନେ ତାଙ୍କ ପରେ ଏଣ୍ଟ୍ରି କରିଛନ୍ତି, ସେମାନେ ତାଙ୍କ ଭଳି ଏତେ ସକସେସ୍ ପାଇନାହାଁନ୍ତି । ତାଙ୍କ ପୂର୍ବରୁ ଥିବା ସମସ୍ତ ସୁପରଷ୍ଟାର୍ ୯୦ ଦଶକ କିମ୍ବା ତା’ପୂର୍ବ ଅର୍ଥାତ୍ ଗତ ଶତାବ୍ଦୀର ଡେବ୍ୟୁ କରିବାକୁ ଯାଉଛନ୍ତି ।
୨୦୦୦ ମସିହାରୁ ଏକ ନୂତନ ଶତାବ୍ଦୀ ଆରମ୍ଭ ହୋଇଥିଲା । ଜାନୁଆରୀ ୧୦ରେ ହ୍ରିତିକ୍ ପାଲିଥିଲେ ତାଙ୍କ ଜନ୍ମଦିନ । ଏହାର ଠିକ୍ ୪ ଦିନ ପରେ ପରଦାକୁ ଆସିଥିଲା ତାଙ୍କ ଅବିନୀତ ଚଳଚ୍ଚିତ୍ର କହୋ ନା ପ୍ୟାର ହୈ । ଯାହା ଥିଲା ତାଙ୍କ ଡେବ୍ୟୁ ଚଳଚ୍ଚିତ୍ର । ହେଲେ ଫିଲ୍ମଟି ବକ୍ସ ଅଫିସରେ ଏତେ ହିଟ୍ ହୋଇଥିଲା ଯେ, ରାତାରାତି ପାଲଟିଥିଲେ ଷ୍ଟାର । ହାତ ପାହାନ୍ତାରେ ମିଳିଥିଲା ଷ୍ଟାରଡମ ।
୨୦୦୧ରେ ଏହି ଫିଲ୍ମ ୯ ଫିଲ୍ମଫେୟାର ପୁରସ୍କାର ପାଇଥିଲା । ଏଥିମଧ୍ୟରୁ କେବଳ ହ୍ରିତିକ ଦୁଇଟି ପାଇଥିଲେ ଦୁଇଟି ପୁରସ୍କାର । ଶ୍ରେଷ୍ଠ ମେଲ୍ ଡେବ୍ୟୁ ଏବଂ ଶ୍ରେଷ୍ଠ ଅଭିନେତା । ଏହାର କିଛି ଦିନ ପରେ ହ୍ରିତିକଙ୍କୁ ମିଳିଥିଲା ଅଫର ପରେ ଅଫର୍ । ଫିଜା, ମିଶନ କାଶ୍ମୀର ଭଳି ଫିଲ୍ମ ସବୁର ଚାଲିଥିାଏ ସୁଟିଂ । ଏହି ସମୟରେ ବାପା ରାକେଶ ରୋଶନଙ୍କ ଉପରେ ହୋଇଥିଲା ଆକ୍ରମଣ । ଏହା ଦେଖି ଅଭିନୟ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ହ୍ରିତିକ୍ । ସେ ଚିନ୍ତା କରିଥିଲେ ମୁଁ ଏଠି ଖୁସିରେ ଏନଜୟ କରୁଛି, କିନ୍ତୁ ମୋ ବାପା ହସ୍ପିଟାଲରେ ପଡିଛନ୍ତି । କିନ୍ତୁ ନିଜ ମନକୁ ଦମ୍ଭ କରି ସେ ଆଗକୁ ବଢିବାକୁ ନେଇଥିଲେ ନିଷ୍ପତ୍ତି । ଆଜି ସେ ୪୯ ବର୍ଷ ବୟସରେ ପାଦ ଥାପିଛନ୍ତି ।
