ଆଜି ଗଜଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ
ବାଲେଶ୍ୱର : ବାଲେଶ୍ୱର ଜିଲାର ସହରଠାରୁ ଆରମ୍ଭ କରି ପୁରପଲ୍ଳୀରେ ଗଜଲକ୍ଷ୍ମୀଙ୍କ ପୂଜା ଓ କୁମାର ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ବିଭିନ୍ନ ପୂଜାମଣ୍ଡପରେ ମା’ ଲକ୍ଷ୍ମୀଙ୍କ ପୂଜା ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।
ବାଲେଶ୍ୱର ଜିଲାର ଭୋଗରାଇ, ବସ୍ତା, ବାଲିଆପାଳ, ଜଳେଶ୍ୱର, ସଦର ବ୍ଲକ, ସିମୁଳିଆ, ନୀଳଗିରି, ରେମୁଣା, ଖଇରା, ଔପଦା ଆଦି ବ୍ଲକରେ ଶତାଧିକ ଲକ୍ଷ୍ମୀ ମଣ୍ଡପ ପ୍ରସ୍ତୁତ ହୋଇଛି । ଏଥିପାଇଁ ସହରରେ ଏବେ କିଣାବିକା ପାଇଁ ପ୍ରବଳ ଭିଡ଼ ଲାଗିରହିଛି । ସେହିପରି ସନ୍ଧ୍ୟାରେ କୁମାରୀମାନେ ଚାନ୍ଦକୁ ଆଞ୍ଜୁଳା ଟେକି ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବିଭିନ୍ନ ସାଂସ୍କୃତି ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
