ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଦୁଇ ଦିନ ହେବ ଦୃଶ୍ୟମାନ ! ଜାଣନ୍ତୁ ଏହି ସମୟରେ କଣ କରିବେ ନାହିଁ?
ଚଳିତବର୍ଷ ୨ଟି ଚନ୍ଦ୍ର ଗ୍ରହଣ ହେବ । ସେଥିମଧ୍ୟରୁ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆଜି (ମେ ୧୬)ରେ ଲାଗିବ । ୨୦୨୨ରେ ଲାଗିବାକୁ ଥିବା ୨ଟି ଯାକ ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ ।
ଚନ୍ଦ୍ର ପୃଥିବୀର ଓ ପୃଥିବୀ ସୂର୍ଯ୍ୟର ଚାରିପଟେ ଘୁରୁଛି। ଯେଉଁ ଦିନ ଚନ୍ଦ୍ର, ପୃଥିବୀ ଆଉ ସୂର୍ଯ୍ୟ ଗୋଟିଏ ସରଳ ରେଖାରେ ଅବତୀର୍ଣ୍ଣ କରନ୍ତି ଏବଂ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଅବସ୍ଥାନ କରେ ସେହି ଦିନ ଚନ୍ଦ୍ର ଗ୍ରହଣ ହୁଏ। ଚନ୍ଦ୍ର ଗ୍ରହଣ ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ଚନ୍ଦ୍ରଙ୍କ ପାଖରେ ପହଞ୍ଚି ପାରେ ନାହିଁ ଏବଂ ସେହି ସମୟରେ ପୃଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ଆଉ ଚନ୍ଦ୍ର ଲାଲ୍ ଦେଖାଯାଏ। ତେବେ ଏହି ସ୍ଥିତି କେବଳ ପୂର୍ଣିମା ତିଥୀରେ ହୋଇଥାଏ। କିନ୍ତୁ ସବୁ ପୁର୍ଣ୍ଣମୀରେ ହୁଏ ନାହିଁ। ଚଳିତବର୍ଷ ୨ଟି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ। ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ମେ ୧୫ରେ ଲାଗିବ ଓ ମେ ୧୬ରେ ଶେଷ ହେବ। ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ରେ ଲାଗିବ ବୋଲି ଜ୍ୟୋତିଷବିତମାନେ ଆକଳନ କରିଛନ୍ତି।
ପୃଥିବୀର ଚନ୍ଦ୍ର ଉପରେ ପଡୁଥିବା ଛାଇ ଅନୁସାରେ ଚନ୍ଦ୍ର ଗ୍ରହଣ (lunar eclipse) କୁ ମୁଖ୍ୟତଃ ଦୁଇ ଭାଗ (ଆଂଶିକ ଚନ୍ଦ୍ର ଗ୍ରହଣ ଓ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ) ରେ ବିଭକ୍ତ କରାଯାଇଛି। ଚନ୍ଦ୍ର ଉପରେ ପୃଥିବୀର ଛାଇ କିଛି ମାତ୍ରାରେ ପଡିଲେ ‘ଆଂଶିକ ଚନ୍ଦ୍ର ଗ୍ରହଣ’ କୁହାଯାଏ। ସେହିପରି ସମ୍ପୂର୍ଣ୍ଣ ଗ୍ରହଣ (Total lunar eclipse) ସମୟରେ ଚନ୍ଦ୍ର ପୃଥିବୀର ଛାଇରେ ସମ୍ପୂର୍ଣ୍ଣ ଭାବରେ ଲୁଚିଯାଇଥାଏ। ଭାରତରେ ଧାର୍ମିକ ମାନ୍ୟତା ଅନୁସାରେ, ଗ୍ରହଣକୁ ଅଶୁଭ କୁହାଯାଏ। ଏହି ସମୟରେ କେତେକ କାର୍ଯ୍ୟ ବାରଣ କରା ଯାଇଥାଏ। ସେହିପରି ରାଶି ଉପରେ ମିଧ୍ୟ ଏହାର ପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି।
୨୦୨୨ର ପ୍ରଥମ ଚନ୍ଦ୍ର ଗ୍ରହଣ ବିଭିନ୍ନ ଦେଶରେ ମେ ୧୫ ଅର୍ଥାତ ରବିବାର ଓ ମେ ୧୬ (ସୋମବାର) ଦୃଶ୍ୟମାନ ହେବ। ରବିବାର ମଧ୍ୟାହ୍ନ ୧୨ଟା ୪୭ରୁ ପୂର୍ଣ୍ଣିମା ତିଥି ଆରମ୍ଭ ହୋଇଯାଇଛି। ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ବୃଷ ରାଶି ଓ ବିଶାଖା ରାଶିରେ ଲାଗୁଛି। ମେଷ, ସିଂହ ଓ ଧନୁ ରାଶି ପାଇଁ ଏହି ଚନ୍ଦ୍ର ଗ୍ରହଣ ଅତ୍ୟନ୍ତ ଶୁଭଙ୍କର ହେବ। ଭାରତରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ନାହିଁ, ତେଣୁ ସୁତକ କାଳ ପ୍ରଭାବୀ ହେବ ନାହିଁ। ଭାରତୀୟ ସମୟ ଅନୁସାରେ, ଚନ୍ଦ୍ର ଗ୍ରହଣ ମେ ୧୬ ତାରିଖ ସୋମବାର ସକାଳ ୮ଟା ୫୯ରୁ ନେଇ ୧୦ଟା ୨୩ ପର୍ଯ୍ୟନ୍ତ ଲାଗିବ। ତେବେ ଦେଖିବାକୁ ଗଲେ ଚନ୍ଦ୍ର ଗ୍ରହଣର ମୋଟ ଅବଧି ଘଣ୍ଟାଏ ୨୪ ମିନିଟ ପର୍ଯ୍ୟନ୍ତ ରହିବ।
୩୦ ଏପ୍ରିଲର ସୂର୍ଯ୍ୟ ପରାଗ ପରି ଚନ୍ଦ୍ର ଗ୍ରହଣ ମଧ୍ୟ ଭାରତରେ ଦେଖାଯିବ ନାହିଁ। ତେଣୁ ସୁତକ କାଳ ମାନ୍ୟ ହେବ ନାହିଁ। କିନ୍ତୁ ଚନ୍ଦ୍ର ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ସୁତକ କାଳ ମାନ୍ୟ ହେବ। ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଦକ୍ଷିଣ-ପଶ୍ଚିମ ୟୁରୋପ, ଦକ୍ଷିଣ-ପଶ୍ଚିମ ଏସିଆ, ଆଫ୍ରିକା, ଉତ୍ତର ଆମେରିକାର ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହେବ। ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ହିନ୍ଦ ମହାସାଗର, ଆଟଲାଣ୍ଟିକ ଓ ଆଣ୍ଟକର୍ଟିକାରେ ମଧ୍ୟ ଦେଖାଯିବ। ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ରେ ଲାଗିବ। ମଙ୍ଗଳବାର ସନ୍ଧ୍ୟା ୫ଟା ୨୮ରୁ ରାତି ୭ଟା ୨୬ ଯାଏ ଚନ୍ଦ୍ର ଗ୍ରହଣ ଲାଗିବ। ଏହି ଚନ୍ଦ୍ର ଗ୍ରହଣ ଭାରତ ଛଡ଼ା ଉତ୍ତର-ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ, ହିନ୍ଦ ମହାସାଗର, ଆର୍କଟିକ ଓ ଆଣ୍ଟକର୍ଟିକାରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ।
ଚନ୍ଦ୍ର ଗ୍ରହଣ ସମୟରେ କଣ କରିବେ ନାହିଁ?
ବାହାରୁକୁ ବାହାରିବେ ନାହିଁ?
ସୂତକ କାଳରେ ରୋଷେଇ, ପେୟ ଓ ଭଜନ ବାରଣ।
ଗର୍ଭବତୀ କୌଣସି କାର୍ଯ୍ୟ କରନ୍ତୁ ନାହିଁ।
ଝରକା, କବାଟ ବନ୍ଦ ରଖନ୍ତୁ।
ଶୁଭ କାର୍ଯ୍ୟ ଓ ପୂଜାର୍ଚ୍ଚନା ନିଷିଧ।
ତୁଳସୀ ସମେତ ଅନ୍ୟ ଗଛକୁ ଛୁଅନ୍ତୁ ନାହିଁ।
ଗ୍ରହଣ ଶେଷ ହେଲେ ସ୍ନାନ କରନ୍ତୁ।
