ଆଜି ଭାରତୀୟ ସେନା ପାଇଁ ଐତିହାସିକ ଦିନ ! ନୌସେନାରେ ସାମିଲ ହେବେ ଅଗ୍ନିବୀରର ପ୍ରଥମ ବ୍ୟାଚ
ନୂଆଦିଲ୍ଲୀ : ଆଜି ଭାରତୀୟ ସେନା ପାଇଁ ଏକ ବିଶେଷ ତଥା ଐତିହାସିକ ଦିନ । ମଙ୍ଗଳବାର ନୌସେନାରେ ସାମିଲ ହେବେ ଅଗ୍ନିବୀରର ପ୍ରଥମ ବ୍ୟାଚ । ଆଇଏନଏସ ଚିଲିକା ଉପରେ ଏମାନଙ୍କ ପାସିଂ ଆଉଟ ପରେଡ ମଧ୍ୟ ଅନୁଷ୍ଠିତ ହେବ ।
ସୂଚନା ଯେ, ଏହି ପାସିଂ ଆଉଟ ପରେଡ ଆଇଏନଏସ ଚିଲିକା ଉପରେ ଟ୍ରେନିଂ ନେଉଥିବା ୨୭୩ ମହିଳା ଅଗ୍ନିବୀରଙ୍କ ସହିତ ପ୍ରାୟ ୨୬୦୦ ଅଗ୍ନିବୀରଙ୍କ ସଫଳ ଟ୍ରେନିଂ ସମାପନକୁ ନେଇ କରାଯାଉଛି । ମଙ୍ଗଳବାର ହେବାକୁ ଯାଉଥିବା ପାସିଂ ଆଉଟ ପରେଡ ଅନେକ ଦୃଷ୍ଟିରୁ କିଛି ବିଶେଷତ୍ୱ ରଖିଛି । ଅଗ୍ନିବୀରର ପ୍ରଥମ ବ୍ୟାଚ ଏଥିରେ ଯୋଗ ଦେବେ, ଅନ୍ୟପଟେ ପ୍ରଥମଥର ଲାଗି ଏହି ପାସିଂ ଆଉଟ ପରେଡ ସୂର୍ଯ୍ୟାସ୍ତ ପରେ ଆୟୋଜିତ ହେବ । ଏହା ପ୍ରଥମ ଥର ହେଉଛି କି, ପରମ୍ପରା ଅନୁଯାୟୀ, ପାସିଂ ଆଉଟ ପରେଡ ସକାଳେ ଆୟୋଜିତ ହୋଇଥାଏ । ହେଲେ ଭାରତୀୟ ସଶସ୍ତ୍ରବଳଙ୍କ ଇତିହାସରେ ପ୍ରଥମଥର ସୂର୍ଯ୍ୟାସ୍ତ ପରେ ଏହା ଆୟୋଜିତ ହେବ । ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ପାସିଂ ଆଉଟ ପରେଡର ମୁଖ୍ୟ ଅତିଥି ଓ ସମୀକ୍ଷା ଅଧିକାରୀ ହେବେ ।
