ଆଜିର ଦିନରେ ବିଶ୍ୱ ଦେଖିଥିଲା ନୂଆ ବିଶ୍ୱବିଜେତା! ବିଶ୍ୱ କପ ଜିତି ଇତିହାସ ରଚିଥିଲା ଭାରତ
ନୂଆଦିଲ୍ଲୀ : ଆଜିର ଦିନରେ ବିଶ୍ୱ ଦେଖିଥିଲା ନୂଆ ବିଶ୍ୱବିଜେତା । ବିଶ୍ୱ କ୍ରିକେଟକୁ ମିଳିଥିଲା ନୂଆ ଚାମ୍ପିଅନ । ୧୯୮୩ ମସିହାର ଆଜିର ଦିନରେ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡର ଲର୍ଡ୍ସ ରେ କ୍ରିକେଟ ବିଶ୍ୱ କପ ଜିତି ଇତିହାସ ରଚିଥିଲା । ଯାହା କେବେ ହେଲେ ତାକୁ ଭୁଲି ହେବ ନାହିଁ । ୩୯ବର୍ଷ ତଳେ ଅର୍ଥାତ୍ ୨୫ ଜୁନ୍ ୧୯୮୩ରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ୍ ବିଜୟୀ ହୋଇଥିଲା । ୧୯୮୦ ଦଶକରେ ୱେଷ୍ଟଇଣ୍ଡିଜ୍ ଦଳ ବହୁତ ଶକ୍ତିଶାଳୀ ଥିଲା । ଲଗାତାର ତୃତୀୟ ଥର ପାଇଁ ଇଂଲଣ୍ଡ ମାଟିରେ ବିଶ୍ୱକପ ଆୟୋଜନ କରାଯାଉଥିଲା। ଏଠାରେ ଥିବା ପିଚ୍ ଫାଷ୍ଟ ବୋଲରମାନଙ୍କ ପାଇଁ ସହାୟକ ହୋଇଥାଏ ଏବଂ ୱେଷ୍ଟଇଣ୍ଡିଜ୍ ଏକରୁ ଅଧିକ ଦ୍ରୁତ ବୋଲର ଥିଲେ । ଏଭଳି ପରିସ୍ଥିତିରେ ଭାରତ ଫାଇନାଲରେ ପହଞ୍ଚିବା କଥା କେହି କଳ୍ପନା କରି ନ ଥିଲେ। ତେବେ ଯୁବ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ବିଶ୍ୱକପ ଜିତିଥିଲେ।
୧୯୭୫ ମସିହାରେ କ୍ରିକେଟ୍ ରେ ବିଶ୍ୱକପ୍ ଆରମ୍ଭ ହୋଇଥିଲା । ଏହି ସମୟରେ ୱେଷ୍ଟଇଣ୍ଡିଜ୍ ବିଶ୍ୱ କ୍ରିକେଟ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଏହି ଭ୍ରମଣରେ କାରିବିଆନ୍ ଦଳରେ ଭିଭିଆନ୍ ରିଚାର୍ଡସ୍ ଏବଂ କ୍ଲିଭ୍ ଓଲିଡ୍ ଭଳି ଖେଳାଳି ଥିଲେ । ଏହା ସହିତ ଦ୍ରୁତ ବୋଲରମାନଙ୍କର ସମଗ୍ର ସେନା ୱିଣ୍ଡିଜ୍ ଦଳରେ ଥିଲେ । ସମଗ୍ର ଦୁଇ ଦଶନ୍ଧି ଧରି ୱେଷ୍ଟଇଣ୍ଡିଜରେ ଅନେକ ବିପଜ୍ଜନକ ଦ୍ରୁତ ବୋଲର ଥିଲେ, ଯେଉଁମାନଙ୍କଠାରୁ ସାରା ବିଶ୍ୱରେ ବ୍ୟାଟ୍ସମ୍ୟାନ୍ମାନେ ଭୟ କରୁଥିଲେ । କ୍ରିକେଟ୍ର ମକ୍କା କୁହାଯାଉଥିବା ଲର୍ଡ୍ସରେ ଇତିହାସ ରଚିଥିଲା ଭାରତୀୟ କ୍ରିକେଟ୍ ଟିମ୍ । ସେତେବେଳର ବିଶ୍ୱ ବିଜୟୀ ଥିବା ଓ୍ୱେଷ୍ଟଇଣ୍ଡିଜ୍ ଟିମ୍କୁ ୪୩ରନ୍ରେ ପରାସ୍ତ କରି ନିଜର କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଥିଲା କପିଲ୍ ଦେବଙ୍କ ଟିମ୍ । ପୁରା ମ୍ୟ।।ଚରେ ଭାରତୀୟ ଖେଳାଳୀଙ୍କ ପ୍ରଦର୍ଶନ ଏତେ ଖାସ୍ ନଥିଲେ ବି ବିଶ୍ୱକପ୍ ଫାଇନାଲରେ ଓ୍ୱେଷ୍ଟଇଣ୍ଡିଜ୍କୁ ହରାଇ ଭାରତ ସମସ୍ତଙ୍କୁ ଚକିତ କରିଦେଇଥିଲା । ସେ ସମୟରେ କ୍ରିକେଟ୍ ଜଗତର ଦୁଇଟି ସର୍ବଶ୍ରେଷ୍ଠ ଟିମ୍ ଥିଲା ଇଂଲଣ୍ଡ ଏବଂ ଓ୍ୱେଷ୍ଟଇଣ୍ଡିଜ୍ ।
୧୯୮୩ ବିଶ୍ୱକପ୍ ପୂର୍ବରୁ ଓ୍ୱେଷ୍ଟଇଣ୍ଡିଜ୍ ଦୁଇ ଥର ବିଶ୍ୱକପ୍ ବିଜୟୀ ହୋଇଥିଲା । ୧୯୭୫ ଓ ୧୯୭୯ରେ ହୋଇଥିବା ଦୁଇଟି ଦିନିକିଆ ବିଶ୍ୱକପ୍ରେ ଓ୍ୱେଷ୍ଟଇଣ୍ଡିଜ୍ କପ୍ ହାତେଇଥିଲା । ତେବେ ୧୯୮୩ ବିଶ୍ୱକପ୍ରେ ଓ୍ୱେଷ୍ଟଇଣ୍ଡିଜ୍ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଭାରତୀୟ ଦଳ କପିଲ ଦେବଙ୍କ ନେତୃତ୍ୱରେ ପ୍ରଥମେ ବ୍ୟାଟିଂ କରି ୫୪.୪ (ସେତେବେଳେ ୬୦ଓଭରର ମ୍ୟାଚ୍ ଖେଳାଯାଉଥିଲା ) ହେଲେ ଏହି ୬୦ ଓଭରରେ ମାତ୍ର ୧୮୩ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ଭାରତ । ଭାରତ ପକ୍ଷରୁ କୃଷ୍ଣାମାଚାରୀ ଶ୍ରୀକାନ୍ତ ସର୍ବାଧିକ ୩୮ରନ୍ କରିଥିଲେ, ପରେ ପଡିଆକୁ ଓହ୍ଲାଇଥିଲା ଓ୍ୱେଷ୍ଟଇଣ୍ଡିଜ୍ ଟିମ୍ । ମଦନ ଲାଲ୍ଙ୍କ ୩୧ରନ୍ରେ ତିନି ଓ୍ୱିକେଟ୍, ମହିନ୍ଦର ଅମରନାଥଙ୍କ ୧୨ରନ୍ରେ ତିନି ଓ୍ୱିକେଟ୍ ଓ ସିନ୍ଧୁଙ୍କ ୩୨ରନ୍ରେ ଦୁଇ ଓ୍ୱିକେଟ୍ ନେଇ ଲଏଡଙ୍କ ଏହି ଧୁରନ୍ଧର ଟିମ୍କୁ ହରାଇ ଭାରତ ବିଶ୍ୱବିଜୟୀ ହୋଇଥିଲା । ଯାହାକି ଭାରତ ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ହାତେଇଥିଲା ଟିମ୍ ଇଣ୍ଡିଆ । ମହିନ୍ଦର ଅମରନାଥ ଫାଇନାଲ୍ରେ ନିଜର ଅଲ୍ରାଉଣ୍ଡର ପ୍ରଦର୍ଶନ (୨୬ରନ୍ ଏବଂ ୩ ଓ୍ୱିକେଟ୍ ) ପାଇଁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ହୋଇଥିଲେ । ଏହି ବିଶ୍ୱକପ୍ ବିଜୟର ଦୀର୍ଘ ୨୮ବର୍ଷ ପରେ ୨୦୧୧ରେ ଭାରତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ହାତେଇଥିଲା ।
