ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଆଇଏଏସ୍ ଟିନା ଡାବି
ନୂଆଦିଲ୍ଲୀ : ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ୨୦୧୫ର ଆଇଏଏସ ଟପ୍ପର ଟିନା ଡାବି । ଟିନା ଡାବିଙ୍କ ଭାବି ସ୍ୱାମୀ ପ୍ରଦୀପ ଗାୱାଣ୍ଡେ ରାଜସ୍ଥାନ କ୍ୟାଡରର ୨୦୧୩ ବ୍ୟାଚ୍ ଆଇଏଏସ ଅଧିକାରୀ । ବର୍ତ୍ତମାନ ସେ ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ପଦରେ ଅଛନ୍ତି।
ରୀତିନୀତି ଅନୁଯାୟୀ ୨୦୧୩ ବ୍ୟାଚ୍ର ଆଇଏଏସ୍ ପ୍ରଦୀପ ଗଓ୍ୱାଣ୍ଡେଙ୍କୁ ବିବାହ କରିବେ ଟିନା । ବିବାହ ପାଇଁ ସମସ୍ତ ଆୟୋଜନ ଶେଷ ହୋଇଥିବା ବେଳେ ଜୟପୁରର ଏକ ପାଞ୍ଚତାରକା ହୋଟେଲରେ ବିବାହ ହେବାନେଇ ସୂଚନା ମିଳିଛି । ସେହିପରି ଆସନ୍ତା ୨୨ତାରିଖରେ ବଡ଼ ଧରଣରର ଭୋଜିଭାତ ଆୟୋଜନ ହୋଇଥିବା ନେଇ କୁହାଯାଇଛି । ତେବେ ଟିନାଙ୍କ ଏହା ହେଉଛି ଦ୍ୱିତୀୟ ବିବାହ । ଟିନା ୨୦୧୮ରେ ଆଇଏଏସ୍ ଅତହର ଖାନଙ୍କୁ ବିବାହ କରିଥିଲେ । ପରେ ମାତ୍ର ୨ବର୍ଷ ଅର୍ଥାତ୍ ୨୦୨୦ରେ ସେମାନେ ନିଜନିଜ ଭିତରେ ବୁଝାମଣା କରି ତଲାକ ନେଇଥିଲେ । ହେଲେ ଆଜି ପୁଣି ଥରେ ଟିନା ଆଇଏଏସ୍ ପ୍ରଦୀପଙ୍କୁ ବିବାହ କରୁଛନ୍ତି । ପୂର୍ବରୁ ଆଇଏଏସ୍ ପ୍ରଦୀପ ଗଓ୍ୱାଣ୍ଡେଙ୍କୁ ଟିନା ବିବାହ କରିବା ନେଇ ଇନ୍ଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ । ଆଉ କିଛି କ୍ୟାପ୍ସନ ମଧ୍ୟ ଲେଖିଥିଲେ । ତେବେ ଆଇଏଏସ୍ ପ୍ରଦୀପଙ୍କ ମଧ୍ୟ ଏହା ଦ୍ୱିତୀୟ ବିବାହ ।
ସୂଚନା ଯେ, ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଟିନା ଦାବି ସୋସିଆଲ ମିଡିଆରେ ବହୁତ ସକ୍ରିୟ । ଟିନା ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟ ପାଇଁ ଲାଇମଲାଇଟରେ ରହିଥାନ୍ତି। ଟିନା ପ୍ରାୟତ ତାଙ୍କ ଚିତ୍ର ଏବଂ ଚମତ୍କାର ରିଲ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥାଏ । ଟିନା ଦାବି ଦିଲ୍ଲୀର ବାସିନ୍ଦା । ଗତ ବର୍ଷ ତାଙ୍କ ଭଉଣୀ ରିୟା ଡାବି ମଧ୍ୟ ତାଙ୍କର ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷା କ୍ଲିଅର କରିଥିଲେ । ୟୁପିଏସସିକୁ କ୍ଲିୟର କରିବାରେ ରିୟା ସବୁଠାରୁ କନିଷ୍ଠ ପ୍ରାର୍ଥୀ ଅଟନ୍ତି ।
