ଆଜିର ଭାଗ୍ୟଫଳ (ଗୁରୁବାର, ୦୪/୦୧/୨୦୨୩), ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ଆଜି ଧନୁ ଦି ୨୦ ନ ଅଦ୍ୟ ପୌଷ ମାସ କୃଷ୍ଣପକ୍ଷ ( ଇଂ ୨୦୨୪ ମସିହା ଜାନୁୟାରୀ ୪ ତାରିଖ ) ଗୁରୁବାର
ତିଥି – ଅଷ୍ଟମୀ ରାତ୍ରି ଘ ୧୦|୦୬ ପରେ ନବମୀ
ନକ୍ଷତ୍ର – ହସ୍ତା ସନ୍ଧ୍ୟା ଘ ୫|୩୪ ପରେ ଚିତ୍ରା
ଚନ୍ଦ୍ର – କନ୍ୟା
ଯୋଗ – ଅତିଗଣ୍ଡଯୋଗ
କରଣ – ବାଳବକରଣ ଦି ଘ ୯|୧ ପରେ କୌଳବକରଣ
ଆଜିର ଘାତଚନ୍ଦ୍ର – ବୃଷ ରାଶିର
ଆଜିର ଘାତବାର – ତୁଳା ଓ କୁମ୍ଭ ରାଶିର
ଆଜିର ନିଷେଧ ଖାଦ୍ୟ – ନଡିଆ
ଆଜି – ଗୁରୁବାର ମାଜଣା ଓ ଏକାନ୍ତ , ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ସୂର୍ଯ୍ୟୋଦୟ – ପ୍ରାତଃ – ୬/୨୫/୫୩
ସୂର୍ଯ୍ୟାସ୍ତ – ସନ୍ଧ୍ୟା – ୫/୧୬/୪୧
ଅମୃତ ବେଳା – ଦିବା ଘ ୮|୧ ମଧ୍ୟେ ଘ ୨|୨୫ ଗତେ ଘ ୪|୧ ମଧ୍ୟେ ରାତ୍ରି ଘ ୬|୪ ଗତେ ଘ ୯|୧୬ ମଧ୍ୟେ ଘ ୧୧|୪୦ ଗତେ ଘ ୨|୫୨ ମଧ୍ୟେ
ମାହେନ୍ଦ୍ର ବେଳା – ନାସ୍ତି
କାଳବେଳା- ଦିବା ଘ ୨|୩୫ ଗତେ ଘ ୫|୧୭ ମଧ୍ୟେ
ବାରବେଳା – ଦିବା ଘ ୨|୩୫ ଗତେ ଘ ୫|୧୭ ମଧ୍ୟେ
କାଳରାତ୍ରି – ରାତ୍ରି ଘ ୧୧|୫୩ ଗତେ ଘ ୧|୩୨ ମଧ୍ୟେ
ମେଷ : ଆଜି ଆପଣ ଘରର କଥାଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବେ। ପରିଜନମାନଙ୍କ ସହିତ ବୈଠକରେ ମହତ୍ତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ। ଆଜି ଆପଣଙ୍କୁ ନିଜ କାର୍ଯ୍ୟରେ ସନ୍ତୋଷ ଅନୁଭବ ହେବ। ମହିଳାମାନଙ୍କ ତରଫରୁ ସମ୍ମାନ ମିଳିପାରେ। ମାତାଙ୍କ ସହିତ ସମ୍ବନ୍ଧ ଭଲ ରହିବ। ଆଜି ପୂରାଦିନ ସ୍ନେହୀଜନ ଏବଂ ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦରେ ବିତିବ। ନୂଆ ବସ୍ତ୍ର ତଥା ଆଭୂଷଣ କିଣିବାର ଯୋଗ ଅଛି। ସାମାଜିକ ରୂପରେ ମାନ-ସମ୍ମାନ ପ୍ରାପ୍ତି ହେବ। କିନ୍ତୁ ମଧ୍ୟାହ୍ନ ପରେ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ନିୟନ୍ତ୍ରିତ ବ୍ୟବହାର କରିବାକୁ ପଡ଼ିବ। ନୂଆ ସମ୍ବନ୍ଧ ବନାଇବା ପାଇଁ ପୂର୍ବ ବିଚାର କରିବାକୁ ଉପଦେଶ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।
ବୃଷ : ବିଦେଶରେ ସ୍ଥିତ ସ୍ନେହୀଜନ ତଥା ମିତ୍ରମାନଙ୍କର ସମାଚାର ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ। ଲମ୍ବା ଯାତ୍ରାର ଆୟୋଜନ ହୋଇପାରେ। କାର୍ଯ୍ୟାଳୟ କିମ୍ବା ବ୍ୟାପାର ସ୍ଥଳ ଉପରେ କାର୍ଯ୍ୟଭାର ଅଧିକ ହୋଇପାରେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ବହୁତ ଲାଭଦାୟୀ ଅଟେ। ପାରିବାରିକ ବାତାବରଣ ମଧ୍ୟ ସୁଖ ଶାନ୍ତି ପୂର୍ଣ୍ଣ ରହିବ। ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତି ହେବ। ବ୍ୟବସାୟ ସ୍ଥଳରେ ସହକର୍ମୀ ଆପଣଙ୍କ ପାଇଁ ସହାୟକ ହେବେ। ମଧ୍ୟାହ୍ନ ପରେ ମନୋରଞ୍ଜନର ଆନନ୍ଦ ଲୁଟି ପାରିବେ। ଛୋଟ ଯାତ୍ରା କିମ୍ବା ପର୍ଯ୍ୟଟନର ଆୟୋଜନ ହେବ। ଭାଗିଦାରୀ ସହିତ ସମ୍ଭାଳିକରି କାର୍ଯ୍ୟ କରନ୍ତୁ।
ମିଥୁନ : ଦିନ ମିଶ୍ରିତ ଫଳଦାୟୀ ପ୍ରମାଣିତ ହେବ। ଅଧୂରା କାର୍ଯ୍ୟ ପୂରା ହେବ। ସ୍ଵାସ୍ଥ୍ୟ ଉତ୍ତମ ରହିବ। କ୍ରୋଧରେ ହାନି ହେବାର ଆଶଂକା ଅଛି। ମସ୍ତିସ୍କ ଶାନ୍ତ ରଖିବେ। ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ। ଶାରୀରିକ ଏବଂ ମାନସିକ ରୂପରେ ଆଜି ଆପଣ ଚିନ୍ତିତ ହୋଇପାରନ୍ତି। ନୂଆ କାର୍ଯ୍ୟ ଆଜି ପ୍ରାରମ୍ଭ କରନ୍ତୁ ନାହିଁ। ବୌଦ୍ଧିକ ଚର୍ଚ୍ଚା ପାଇଁ ଆଜିର ଦିନ ଶୁଭ ନୁହେଁ। ମଧ୍ୟାହ୍ନ ପରେ ଘରର ବାତାବରଣ ସୁଖ-ଶାନ୍ତି ପୂର୍ବକ ରହିବ। ସେଥିପାଇଁ ମାନସିକ ରୂପରେ ଆଜି ପ୍ରଫୁଲ୍ଲିତ ଅନୁଭବ କରିବେ। ଶାରୀରିକ ସ୍ଵାସ୍ଥ୍ୟରେ ମଧ୍ୟ ସୁଧାର ହେବ। ବ୍ୟବସାୟରେ ସହଯୋଗୀମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଆର୍ଥିକ ରୂପରେ ଲାଭ ହେବ। କାର୍ଯ୍ୟରେ ଯଶ ପ୍ରାପ୍ତି ହେବ।
କର୍କଟ : ଆଜିର ଦିନ ମିତ୍ର ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦପୂର୍ବକ ବିତାଇ ପାରିବେ। ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଧିକ। ଭାଗିଦାରୀରେ ଲାଭ ହେବ। ଯାତ୍ରା ଏବଂ ପର୍ଯ୍ୟଟନର ସ୍ମୃତି ଲମ୍ବା ସମୟ ପର୍ଯ୍ୟନ୍ତ ରହିବ। ସାମାଜିକ ରୂପରେ ମାନ-ସମ୍ମାନ ପ୍ରାପ୍ତ ହେବ। ଆପଣଙ୍କ ହତାଶା ମାନସିକ ଏବଂ ଶାରୀରିକ ଦୁଇ ପ୍ରକାର ଆପଣଙ୍କୁ ବ୍ୟଗ୍ର କରିପାରେ। ସ୍ଥାବର ସଂପତ୍ତିର କାର୍ଯ୍ୟକୁ ସ୍ଥଗିତ କରିବା ଆପଣ ପାଇଁ ହିତକାରୀ ହେବ। ମାତାଙ୍କର ସ୍ଵାସ୍ଥ୍ୟ ବିଗିଡ଼ି ପାରେ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଶାରୀରିକ ରୂପରେ ପ୍ରସନ୍ନତା ଅନୁଭବ ହେବ। ନୂଆ କାର୍ଯ୍ୟଗୁଡ଼ିକରେ ସଫଳତା ପ୍ରାପ୍ତ କରିବାର ସମ୍ଭାବନା ଅଛି।
ସିଂହ : ମାନସିକ ରୂପରେ ମନ ବ୍ୟଗ୍ର ହୋଇପାରେ। ଆଜି ମନ ଭାରୀ ହୋଇପାରେ। କୌଣସି କାରଣବଶତଃ ଦୈନିକ କାର୍ଯ୍ୟଗୁଡ଼ିକରେରେ ବିଧ୍ନ ଆସିପାରେ। ବ୍ୟବସାୟରେ ସହକର୍ମିମାନଙ୍କର ସହଯୋଗ ବରାବର ମିଳିବ ନାହିଁ। ବିଦେଶରୁ ଲାଭଦାୟୀ ସମାଚାର ମିଳିବାର ସମ୍ଭାବନା ଅଧିକ ଅଛି। ପୁଞ୍ଜି ନିବେଶ କରିଥିବା ଲୋକଙ୍କ ପାଇଁ ସମୟ ଲାଭଦାୟୀ ରହିବ। ମଧ୍ୟାହ୍ନ ପରେ ଆପଣ ଅଧିକ ଭାବନାଶୀଳ ବନିବେ। ଏଥିପାଇଁ ମନରେ ହତାଶାର ଭାବନାରେ ମଧ୍ୟ ବୃଦ୍ଧି ହୋଇପାରେ। ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ସ୍ଥାବର ସଂପତ୍ତି ସମ୍ବନ୍ଧିତ କାଗଜପତ୍ରକୁ ପୂର୍ଣ୍ଣ କରିବା ପାଇଁ ଆଜିର ଦିନକୁ ନବାଛିଲେ ତେବେ ଭଲ ରହିବ।
କନ୍ୟା : ଆଜି ବିଦ୍ୟାର୍ଥିମାନଙ୍କ ପାଇଁ ସମୟ କଠିନ ଅଟେ। ସନ୍ତାନମାନଙ୍କର ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ। ଶେୟାର କିମ୍ବା ସଟ୍ଟାରୁ ସମ୍ଭାଳିକରି ଚାଲନ୍ତୁ। ମନରେ ଖିନ୍ନତା ଅନୁଭବ ହୋଇପାରେ। ଆଜି ବୌଦ୍ଧିକ ଚର୍ଚ୍ଚାରେ ଓହ୍ଲାନ୍ତୁ ନାହିଁ। ମହିଳା ମିତ୍ରମାନଙ୍କ ଉପରେ ଖର୍ଚ୍ଚ କିମ୍ବା କ୍ଷତିଗ୍ରସ୍ତ ହେବାର ଆଶଂକା ଅଛି। ଆଜି ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ନହେଲେ କାହା ସହିତ ମନମାଳିନ୍ୟର ପ୍ରସଂଗ ବନିପାରେ। ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ମଧ୍ୟମ ଧରଣର ରହିବ, କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ସ୍ଥିତିରେ ପରିବର୍ତ୍ତନ ଆସିବ। ଘରର ଅନ୍ୟ ସଦସ୍ୟମାନଙ୍କ ସହିତ ବୈଠକର ମହତ୍ତ୍ଵ ପୂର୍ଣ୍ଣ ବିଷଗୁଡ଼ିକରେ ନିର୍ଣ୍ଣୟ ନେବେ। ଯାତ୍ରା କିମ୍ବା ପର୍ଯ୍ୟଟନର ଆୟୋଜନ କରିବେ। ପୁଞ୍ଜି-ନିବେଶ କରିବାକୁ ଆଜି ଆପଣଙ୍କ ପାଇଁ ହିତ ହେବ। ଭାଗ୍ୟବୃଦ୍ଧିର ଦିନ ଅଟେ।
ତୁଳା : ଆଜି ଆପଣ ଶାରୀରିକ ଏବଂ ମାନସିକ ରୂପରେ ବ୍ୟଗ୍ରତା ଅନୁଭବ କରିପାରନ୍ତି। ମାତାଙ୍କର ବିଷୟରେ ଚିନ୍ତା ହୋଇପାରେ। ରିୟଲ ଇଷ୍ଟେଟ ସମ୍ବନ୍ଧିତ କାଗଜପତ୍ର କାର୍ଯ୍ୟ ସାବଧାନରେ କରନ୍ତୁ। ଯଦି ସମ୍ଭବ ତେବେ ଯାତ୍ରାକୁ ଟାଳି ଦିଅନ୍ତୁ ପରେ ଯାତ୍ରା କରିପାରନ୍ତି। ପାରିବାରିକ ବାତାବରଣରେ କଳହ ହୋଇପାରେ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ। ନୂଆ ବସ୍ତ୍ର ଏବଂ ଆଭୂଷଣ କିଣିବା ପଛରେ ଧନ ଖର୍ଚ୍ଚ ହୋଇପାରେ। କିନ୍ତୁ ମଧ୍ୟାହ୍ନ ପରେ ଆପଣ ମାନସିକ ରୂପ ଅନିର୍ଣ୍ଣୟ ସ୍ଥିତିରେ ରହିବେ। ଆର୍ଥିକ ଲାଭ ଏବଂ ସାମାଜିକ ପ୍ରତିଷ୍ଠା ମିଳିବା ସହିତ ଆପଣ ପାରିବାରିକ ଜୀବନରେ ସୁଖ-ସନ୍ତୋଷର ଭାବନା ଅନୁଭବ କରିବେ। ଆୟରେ ବୃଦ୍ଧି ଏବଂ ବ୍ୟାପାରରେ ଲାଭ ମିଳିବ। ମିତ୍ରମାନଙ୍କ ସହିତ ପର୍ଯ୍ୟଟନର ଆୟୋଜନ ହେବ। ଜୀବନସାଥୀ ଏବଂ ସନ୍ତାନମାନଙ୍କଠାରୁ ଲାଭ ମିଳିବ।
ବିଚ୍ଛା : ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଆଜିର ଦିନ ଶୁଭ ଅଟେ। ଦିନର ପ୍ରସନ୍ନତା ରହିବ। ଭାଇ-ବନ୍ଧୁମାନଙ୍କ ସହିତ ଆବଶ୍ୟକ ଚର୍ଚ୍ଚା କରିବେ। ଆର୍ଥିକ ଲାଭ ତଥା ଭାଗ୍ୟବୃଦ୍ଧିର ଯୋଗ ଅଛି। ଛୋଟ ପ୍ରବାସର ଆୟୋଜନ ହୋଇପାରେ। ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ। କାର୍ଯ୍ୟରେ ସଫଳତା ମିଳିବ। ଆଧ୍ୟାତ୍ମିକ ଏବଂ ଈଶ୍ଵରଙ୍କର ଭକ୍ତିରେ ଆଜି ମନକୁ ଶାନ୍ତି ପ୍ରାପ୍ତ ହେବ। ମନରେ ଉଠିଥିବା ନକାରାତ୍ମକ ଭାବନା ମଧ୍ୟ ସମାପ୍ତ ହେବ। କୋର୍ଟ- କଚେରୀର କାର୍ଯ୍ୟବାହୀ ସମ୍ଭାଳିକରି କରନ୍ତୁ। ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ିବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ। ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ। ଆମୋଦ-ପ୍ରମୋଦ କିମ୍ବା ମନୋରଞ୍ଜନର ପଛରେ ଧନ ଖର୍ଚ୍ଚ ହୋଇପାରେ।
ଧନୁ : ମନ ଦ୍ୱନ୍ଦ୍ୱରେ ଫସି ରହିପାରେ। ପାରିବାରିକ ବାତାବରଣ କ୍ଲେଶପୂର୍ଣ୍ଣ ହୋଇପାରେ। ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ ନ କରିବାରୁ ମନରେ ହତାଶା ହୋଇପାରେ। କୌଣସି ମହତ୍ଵପୂର୍ଣ୍ଣ ନିର୍ଣ୍ଣୟକୁ ଆଜି ନ କରିବା ପାଇଁ ଉପଦେଶ। ଘର କିମ୍ବା ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ। ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଛି। ସ୍ଵାସ୍ଥ୍ୟ ନ ବିଗଡ଼ୁ, ଏହାର ଧ୍ୟାନ ରଖିବେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ।
ମକର : ଆଜି ସକାଳେ ମନ ପ୍ରଫୁଲ୍ଲିତ ରହିବ। ଧାର୍ମିକ ରୂପରେ ପୂଜାବିଧି ମଧ୍ୟ ଆପଣ କରି ପାରିବେ। ପାରିବାରିକ ବାତାବରଣ ମଙ୍ଗଳମୟ ରହିବ। ମିତ୍ର, ସ୍ନେହୀଜନମାନଙ୍କ ଉପହାର ପ୍ରାପ୍ତ କରିବେ। ବ୍ୟବସାୟ ଏବଂ ବ୍ୟାପାରରେ ଆପଣଙ୍କ ପ୍ରଭାବ ରହିବ। ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ଉପରିସ୍ଥ ଅଧିକାରୀ ବର୍ଗ ଆପଣଙ୍କୁ ପ୍ରୋତ୍ସାହିତ କରିବେ। ପ୍ରମୋଶନର ଯୋଗ ଅଛି। ପରିବାରର ବାତାବରଣ ଆନନ୍ଦପୂର୍ଣ୍ଣ ରହିବ। ସାମାଜିକ ତଥା ଆର୍ଥିକ କ୍ଷେତ୍ରରେ ଲାଭ ହେବ। ମିତ୍ରମାନଙ୍କର ମଧ୍ୟ ଲାଭ ହେବାର ସମ୍ଭାବନା ଅଛି।
କୁମ୍ଭ : ପରିଜନମାନଙ୍କ ସହିତ କଳହ ହେବାର ଆଶଂକା ଅଛି। ଧନର ନେବାଦେବା କିମ୍ବା ପୁଞ୍ଜି ନିବେଶ କରିବା ସମୟରେ ଧ୍ୟାନ ରଖିବେ। କୋର୍ଟକଚେରୀ କାର୍ଯ୍ୟରେ ସମ୍ଭାଳିକରି ଚାଲନ୍ତୁ। ଖର୍ଚ୍ଚର ମାତ୍ରା ଅଧିକ ହୋଇପାରେ। ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଉପରୀସ୍ଥ ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ବିବେକ ରଖିବାକୁ ହେବ। ସନ୍ତାନମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହୋଇପାରେ। ଲମ୍ବା ସମୟର ଯାତ୍ରାର ଯୋଜନା ଆପଣ ବନାଇ ପାରିବେ। ଧାର୍ମିକ ସ୍ଥଳର ଯାତ୍ରା କରିବାର ସଂକେତ ଅଛି। ମଧ୍ୟାହ୍ନ ପରେ ବ୍ୟବସାୟ ସ୍ଥଳର ବାତାବରଣ ଅନୁକୂଳ ରହିବ। ଗୃହସ୍ଥ ଜୀବନରେ ଆନନ୍ଦ ମିଳିବ। ବ୍ୟବସାୟ କ୍ଷେତ୍ରରେ ଆଜି ସଫଳ ଏବଂ ଶୁଭ ଦିନ ରହିବ।
ମୀନ : ଆଜି ଆକସ୍ମିକ ଧନଲାଭର ସମ୍ଭାବନା ଅଧିକ ଅଛି। ସନ୍ତାନମାନଙ୍କ ବିଷୟରେ ଶୁଭ ସମାଚାର ପ୍ରାପ୍ତ ହେବ। ପୁରୁଣା ମିତ୍ରମାନଙ୍କ ସହିତ ସାକ୍ଷାତ ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ରୂପରେ ଲାଭ ହେବ। କୌଣସି ରମଣୀୟ ସ୍ଥଳକୁ ଯାତ୍ରା କରିପାରନ୍ତି। କାହା ସାଥିରେ ବାଦ-ବିବାଦ କିମ୍ବା ଯୁକ୍ତି ନ କରିବା ପାଇଁ ଉପଦେଶ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସୁଖମୟ ବିଷୟଗୁଡ଼ିକ ଉପରେ ଆପଣଙ୍କର ରୁଚି ରହିବ। ଗଭୀର ଚିନ୍ତନ ଆପଣ ମନକୁ ଶାନ୍ତି ପ୍ରଦାନ କରିବ। ବୌଦ୍ଧିକ ରୂପରେ ଲେଖନ କାର୍ଯ୍ୟରେ ଆପଣ ସକ୍ରିୟ ରହି ପାରିବେ। ବ୍ୟବସାୟ ସ୍ଥଳରେ ସମ୍ଭାଳିକରି ଚାଲନ୍ତୁ। ଅଧିକାରୀ ବର୍ଗଙ୍କ ସହିତ ଚର୍ଚ୍ଚା ଏବଂ ବାଦ-ବିବାଦ ଟାଳନ୍ତୁ। ସ୍ଵାସ୍ଥ୍ୟ ବିଗିଡ଼ି ପାରେ।
