ଆଜିର ରାଶିଫଳ ଭାଗ୍ୟଫଳ (ଶୁକ୍ରବାର,୧୫ /୧୦/୨୦୨୧), ମା’ ସନ୍ତୋଷୀଙ୍କ କୃପାରୁ ଏହି ରାଶିଙ୍କୁ ମିଳିବ ଖୁସି ଖବର
ଆଜି ୨୦୨୧ ଅକ୍ଟୋବର ୧୫ ତାରିଖ । ଶୁକ୍ରବାର । କନ୍ୟାମାସ ୨୯ ଦିନ । ଆଶ୍ଵିନମାସ । ଶୁକ୍ଳପକ୍ଷ । ଦଶମୀତିଥି । ଶ୍ରବଣା ନକ୍ଷତ୍ର । ସକାଳ ୯ଟା ୧୬ମିନିଟ୍ ଗତେ ଧନିଷ୍ଠା ନକ୍ଷତ୍ର । ମକର ରାଶିରେ ଚନ୍ଦ୍ର । ଶୂଳଯୋଗ । ତୈତିଳ କରଣ ସକାଳ ୬ଟା ୨୪ମିନିଟ୍ ଗତେ ଗର କରଣ । ବିଛା, ଧନୁ, ମୀନ ରାଶିର ଘାତବାର । ସିଂହ ରାଶିର ଘାତଚନ୍ଦ୍ର । କଳମଶାଗ ନ ଖାଇଲେ ଭଲ, ସନ୍ଧ୍ୟା ୬ଟା ୨ନିଟ୍ ପରେ ଶିମ୍ବ, ଆମିଷ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ସନ୍ଧ୍ୟା ୬ଟା ୨ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ ।
ଶ୍ରାଦ୍ଧ ତର୍ପଣ- ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୮ଟା ୩୮ମିନିଟ୍ ରୁ ଦିବା୧୦ଟା ୫ମିନିଟ୍, ଦିବା ୧୦ଟା ୫ମିନିଟ୍ ରୁ ଦିବା ୧୧ଟା ୩୨ମିନିଟ୍, ରାତ୍ରି ୮ଟା ୨୬ମିନିଟ୍ ରୁ ରାତ୍ରି ୯ଟା ୫୯ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୪୫ମିନିଟ୍ ରୁ ୬ଟା ୩୦ମିନିଟ୍, ସକାଳ ୭ଟା ୧୮ମିନିଟ୍ ରୁ ୮ଟା ୩୭ମିନିଟ୍, ଦିବା ୧୧ଟା ୫୬ମିନିଟ୍ ରୁ ୨ଟା ୫୯ମିନିଟ୍, ଦିବା ୩ଟା ୪୮ମିନିଟ୍ ରୁ ସନ୍ଧ୍ୟା ୫ଟା ୧୮ମିନିଟ୍, ସନ୍ଧ୍ୟା ୬ଟା ୧୦ମିନିଟ୍ ରୁ ରାତ୍ର ୮ଟା ୨୫ମିନିଟ୍, ରାତ୍ର ୧୧ଟା ୫୮ମିନିଟ୍ ରୁ ରାତ୍ର ୧ଟା ୩୫ମିନିଟ୍, ରାତ୍ର ୨ଟା ୨୭ମିନିଟ୍ ରୁ ରାତ୍ର ୪ଟା ୪ମିନିଟ୍ । ପର୍ବଦିନ- ସର୍ବତ୍ର ଦଶହରା, ବିଜୟା ଦଶମୀ, ଅପରାଜିତା ଦଶମୀ ।
ମେଷ:-
ଶରୀର ସୁସ୍ଥ ରହିବା ସହ ଶତୃମାନେ ପରାଜିତ ହେବେ । ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବା ଯୋଗେ ବ୍ୟାପାର ବା କାରବାରରେ ବହୁତ ଭଲ ଲାଭ ହେବ । ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହୋଇ ଉନ୍ନତିମୂଳକ ପଦକ୍ଷେପ ନେବେ । ପ୍ରତିଯୋଗୀତା ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ସଫଳତା ମିଳିବ । ବନ୍ଧୁ ମିତ୍ରଙ୍କ ଆଗମନ ହେବା ଫଳରେ ଶୁଭ ସମାଚାର ପ୍ରାପ୍ତି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ବୃଷ:-
ବନ୍ଧୁ ମିତ୍ରଙ୍କର ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ଏବଂ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସା ପାଇବେ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ଲେଖନ, କଳା ଓ ସମ୍ପାଦନ ଆଦିରେ ଜଡିତ ବ୍ୟକ୍ତିଙ୍କର ବିଶେଷ ଉନ୍ନତି ହେବ । କୌଣସି ମାଙ୍ଗଳିକ ଉତ୍ସବରେ ଯୋଗଦାନ କରି ପାରନ୍ତି । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
ମିଥୁନ:-
ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ପାଇବେ । ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ଲାଭ ପ୍ରାପ୍ତ ହେବ । କର୍ମକ୍ଷେତ୍ରରେ କୌଣସି ଆଶ୍ଚର୍ଯ୍ୟ ଜନକ କଥା ଶୁଣି ଚକିତ ହେବେ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଓ ତୀର୍ଥଯାତ୍ରା ମଧ୍ୟ କରି ପାରନ୍ତି । ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ସୁରକ୍ଷିତ ରହି ହେବ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।
କର୍କଟ:-
ସାଧାରଣ ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ । ଭାଇ, ବନ୍ଧୁ ଓ ମିତ୍ରଙ୍କ ସହିତ ମତଭେଦ ସମାପ୍ତ ହେବ । କର୍ମକ୍ଷେତ୍ରରେ ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଧୈର୍ଯ୍ୟ ଓ ସାହସ ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ହୋଇଥିବାରୁ ପ୍ରତିଯୋଗୀତା ପରୀକ୍ଷାର ନିର୍ଣ୍ଣୟ ଆପଣଙ୍କ ସପକ୍ଷରେ ଯିବ । ବଂଧୁଙ୍କଠାରୁ ଶୁଭ ସମାଚାର ଶୁଣି ମନ ଖୁସିହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।
ସିଂହ:-
ସୁଯୋଗ ହାତପାହାନ୍ତାରେ ପାଇ କାର୍ଯ୍ୟରେ ସଫଳତା ମିଳିବ । ପ୍ରେମ-ପ୍ରସଙ୍ଗରେ ନିଶ୍ଚିତ ରୂପରେ ସଫଳତା ମିଳିବ । ବ୍ୟବସାୟରେ ପରିଶ୍ରମ ଓ କଷ୍ଟର ପୁରା ଲାଭ ମିଳିବ । ବନ୍ଧୁ ମିତ୍ରଙ୍କର ସହଯୋଗ ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । କେତେକ କ୍ଷେତ୍ରରେ ବାଧା ସୃଷ୍ଟି ହେଲେ ମଧ୍ୟ ସୁଖ ସମୃଦ୍ଧି ବୃଦ୍ଧିହୋଇ ସଫଳ ହେବେ । ତରବରିଆ ହିସାବରେ କୌଣସି କାର୍ଯ୍ୟ ନକରିବା ଉଚିତ୍ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।
କନ୍ୟା:-
ସାମାଜିକ କାର୍ଯ୍ୟରେ ସଫଳ ହେବେ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବା ଫଳରେ ମାନସିକ ଚିନ୍ତା ଓ ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ । ପୁରାତନ ରୋଗରୁ ଉପଶମ ମିଳିବ । ଦୂରଯାତ୍ରାର ସୁଯୋଗ ପାଇବା ସହ ନୂତନ ବନ୍ଧୁଙ୍କୁ ପାଇ ଖୁସୀ ହେବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । କର୍ମକ୍ଷେତ୍ର ରେ କରିଥିବା କାମର ଶୁଭ ସୂଚନା ପାଇବେ । ପ୍ରତିକାର- କର୍ପୁର ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।
ତୁଳା:-
ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ଅଚାନକ ଭାବରେ ଧନ ଲାଭ ହେବ । ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ପାରିବାରିକ ମାମଲା ବହୁତ ସହଜ ସରଳହେବ । ଭୌତିକ ସୁଖ-ସୁବିଧା ସାଧନର ବୃଦ୍ଧି ହେବ । ବହୁତ କଷ୍ଟ ଓ କଠିନ ପରିଶ୍ରମ କଲେ ସଫଳତାପୂର୍ଣ୍ଣ ଫଳ ପ୍ରାପ୍ତ ହେବ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।
ବିଚ୍ଛା:-
ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପାରିବାରିକ କ୍ଷେତ୍ରରେ ଖୁସିର ବାତାବରଣ ସ୍ଥାୟି ରହିବ ଓ ନୂତନ ସମ୍ବନ୍ଧ ସୃଷ୍ଟିହେବ । ବ୍ୟବସାୟ କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ଛାତ୍ର ଛାତ୍ରୀ ମାନଙ୍କର ମନୋବିଜ୍ଞାନ ସମ୍ବନ୍ଧରେ ବିଶେଷ ରୁଚି ରହିବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
ଧନୁ:-
ସାହିତ୍ୟଚର୍ଚ୍ଚା ଓ ସଭାସମିତିରେ ସଫଳତା ମିଳିବ । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧିପାଇବ ଓ ସଫଳତା ଅର୍ଜନ କରିବେ । ରାଜନୀତି କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । କୌଣସି ମାଙ୍ଗଳିକ କାର୍ଯ୍ୟ ଆୟୋଜନରେ ଯୋଗ ଦେବେ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ମକର:-
ଶତୃ ଓ ବିରୋଧୀ ମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ । ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । କଥାବାର୍ତ୍ତା ଓ ଚତୁରତା ହେତୁ ବିଗିଡିଥିବା କର୍ମଟିକୁ ସଜାଡି ପାରିବେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । କୌଣସି ନୂତନକାର୍ଯ୍ୟ ଆରମ୍ଭ କରି ପାରିବେ । ବନ୍ଧୁ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ । ନିର୍ମାଣ ମୂଳକ ଯୋଜନାରେ ଆଗେଇବା ସହ ମାନସିକ ଏକାଗ୍ରତା ବଜାୟ ରହିବ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।
କୁମ୍ଭ:-
ଅଧିନସ୍ଥ କର୍ମଚାରୀ ଓ ସହକର୍ମୀଙ୍କ କାମ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ । କୌଣସି ଇଲୋକଟ୍ରନିକ ସାମଗ୍ରୀ ଓ ଘରର ଉପଯୋଗ ସାମଗ୍ରୀ କ୍ରୟ କରିପାରିବେ । ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ । କୌଣସି ସାମାଜିକ ଓ ମାଙ୍ଗଳିକ ଆୟୋଜନରେ ଯୋଗ ଦେବେ । ଶତୃ ଓ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ପ୍ରତିକାର- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ ।
ମୀନ:-
ସହକର୍ମୀ ମାନଙ୍କର ସହଯୋଗ ପାଇ ପ୍ରଶଂସିତ ହେବେ । ଅନୁସନ୍ଧାନ କାର୍ଯ୍ୟରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ପାଇବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବ୍ୟବସାୟରେ ସଫଳତା ଲାଭ କରିବା ସହ ଉନ୍ନତି ହେବ । ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ମାନ ସମ୍ମାନ ବୃଦ୍ଧି ପାଇବ । ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
