ଆଜିର ରାଶିଫଳ ଭାଗ୍ୟଫଳ (ଶନିବାର, ୦୮/୦୧/୨୦୨୨), ଶନିଦେବଙ୍କ କୃପାରୁ ଏହି ରାଶିଙ୍କୁ ମିଳିବ ଆକସ୍ମିକ ଧନ
ଆଜି ୨୦୨୨ ଜାନୁୟାରୀ ୮ । ଶନିବାର । ଧନୁ ମାସ ୨୪ ଦିନ । ପୌଷ ମାସ । ଶୁକ୍ଳପକ୍ଷ । ଷଷ୍ଠୀ ତିଥି ଦିବା ୧୦ଟା ୪୩ ମିନିଟ୍ ଗତେ ସପ୍ତମୀ ତିଥି । ଉତ୍ତରଭାଦ୍ରପଦ ନକ୍ଷତ୍ର । ମୀନ ରାଶିରେ ଚନ୍ଦ୍ର । ବରୀୟାନ ଯୋଗ ଦିବା ୧୧ଟା ୩୯ମିନିଟ୍ ଗତେ ପରିଘ ଯୋଗ । ତୈତିଳ କରଣ, ଦିବା ୧୦ଟା ୪୩ମିନିଟ୍ ଗତେ ଗରକରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ଧନୁ ରାଶିର ଘାତଚନ୍ଦ୍ର । ନିମ୍ବ ବା ପିତାଦ୍ରବ୍ୟ ନ ଖାଇଲେ ଭଲ ଦିବା ୧୦ଟା ୪୩ମିନିଟ୍ ପରେ ତାଳ ନ ଖାଇଲେ ଭଲ । ଯୋଗିନୀ- ପଶ୍ଚିମେ ଦିବା ୧୦ଟା ୪୩ମିନିଟ୍ ପରେ ବାୟବ୍ୟେ ଯାତ୍ରା ନିଷେଧ ।
ଶ୍ରାଦ୍ଧ ତର୍ପଣ- ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୬ଟା ୨୭ମିନିଟ୍ ରୁ ୭ଟା ୪୮ମିନିଟ୍, ଦିବା ୧ଟା ୧୪ମିନିଟ୍ ରୁ ଦିବା ୨ଟା ୩୬ମିନିଟ୍, ଦିବା ୩ଟା ୫୭ମିନିଟ୍ ରୁ ୫ଟା ୧୯ମିନିଟ୍, ସନ୍ଧ୍ୟା ୫ଟା ୧୯ମିନିଟ୍ ରୁ ୬ଟା ୫୮ମିନିଟ୍, ରାତ୍ରି ୪ଟା ୪୮ମିନିଟ୍ ରୁ ୬ଟା ୨୭ମିନିଟ୍ । ଶୁଭସମୟ- ସକାଳ ୭ଟା ୫୫ମିନିଟ୍ ରୁ ୯ଟା ୯ମିନିଟ୍, ଦିବା ୧୨ଟା ୧୬ମିନିଟ୍ ରୁ ୧ଟା ୧୩ମିନିଟ୍, ଦିବା ୨ଟା ୩୭ମିନିଟ୍ ରୁ ୩ଟା ୮ମିନିଟ୍, ଦିବା ୩ଟା ୫୩ମିନିଟ୍ ରୁ ୩ଟା ୫୬ମିନିଟ୍, ରାତ୍ର ୨ଟା ୫୮ମିନିଟ୍ ରୁ ରାତ୍ର ୩ଟା ୪୮ମିନିଟ୍ ।
ମେଷ:-
ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ । ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ । ପରିବାରରେ ମାନ ମନାନ୍ତର ଦୂର ହେବ । ରାଜନୀତିରେ ପରୋପକାର ସମାଜସେବା କାର୍ଯ୍ୟରେ କୃତକାର୍ଯ୍ୟ ହେବେ । ପିଲାମାନଙ୍କ ପ୍ରତି ସତର୍କ ରହି ଆନନ୍ଦିତ ହେବେ । କଠିନ ପରିଶ୍ରମ କରି ପ୍ରଶଂସା ପାଇବେ । ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ବୃଷ:-
ସରକାରୀ କ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ । ଗୃହରେ ଭାତୃବିବାଦ, ପଡ଼ୋଶୀ କଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହେବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ପ୍ରତିଷ୍ଠା ବୃଦ୍ଧି ହେବ । ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ମିଥୁନ:-
ଉଚ୍ଚ ଆଶାରେ ଆଗେଇବେ । ନୂତନ କାର୍ଯ୍ୟ ଆରମ୍ଭ, ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ । ବ୍ୟବସାୟରେ ଆୟ ବଢିବା ସହ ଆର୍ଥିକ ସମସ୍ୟା ଦୂର ହେବ । ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଧନଧାନ୍ୟ, ଗୋ-ସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହବାର ଯୋଗ ଅଛି । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
କର୍କଟ:-
ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଚିତ୍ତପ୍ରସନ୍ନ ସହ କାର୍ଯ୍ୟ ସିଦ୍ଧି ହେବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ । ବ୍ୟବସାୟ ବାଣିଜ୍ୟ ମାମଲାରେ ଦୂରସ୍ଥାନ ଯିବାକୁ ପଡିବ ଓ ଲାଭ ହେବ । ଋଣ ଭରଣାରେ ସହଜ ହେବ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । ପରିବାର ବା ଘର ସମ୍ବନ୍ଧୀୟ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ସିଂହ:-
ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ରାଜନୀତିରେ ସ୍ୱାର୍ଥରକ୍ଷା କରିବାରେ ସମର୍ଥ ହେବେ । କଠିନ ପରିଶ୍ରମ କରି ପ୍ରଶଂସା ପାଇବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ଶ୍ରମିକ ଓ କର୍ମଚାରୀମାନେ ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ । ରାସ୍ତାଘାଟରେ ଯଥେଷ୍ଠ ସତର୍କତା ଅବଲମ୍ବନ କରନ୍ତୁ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
କନ୍ୟା:-
ବ୍ୟବସାୟୀମାନଙ୍କର କାରବାର ବଢ଼ିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହି ପାରିବେ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାରେ ସାମର୍ଥ୍ୟ ବଢ଼ିବ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।
ତୁଳା:-
ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ବିଦେଶ ଯାତ୍ରାରେ ଲାଭବାନ ହେବେ । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତିହେବ । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇ ପାରନ୍ତି । ସୁଖଶାନ୍ତି, ଯଶଲାଭ, ନୂତନ ବାହନଆଦି ପ୍ରାପ୍ତି ଯୋଗ ଅଛି । ଉତ୍ତମ ରୋଜଗାର ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ବିଚ୍ଛା:-
ଶୁଭ ସମ୍ବାଦପାଇ ଖୁସିହେବେ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ବ୍ୟବସାୟ କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ । କର୍ମ କ୍ଷେତ୍ରରେ ବହୁବିଧ ସୁଯୋଗ ଜୁଟିବ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ଲାଭ ହେବ । ଶିକ୍ଷା କ୍ଷେତ୍ରରେ ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ ଓ ସୁଖ ସମ୍ପନ୍ନତା ଲାଭ ହେବ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।
ଧନୁ:-
ସହକର୍ମୀଙ୍କ ପ୍ରତି ସତର୍କ ରହି ଚଉଆଖିଆହୋଇ କର୍ତ୍ତବ୍ୟ ପାଳି ଚାଲିଲେ ସାମାଜିକ ପତିଆରା ଅମଳିନ ରହିବ । ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ । ଚାକିରୀ କ୍ଷେତ୍ରରେ ଉନ୍ନତି, ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିବ । କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତିଅଟଳ ରଖି ପାରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
ମକର:-
ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତିହେବ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । ରାଜନୀତି କ୍ଷେତ୍ରରେ ଅସ୍ୱସ୍ତି ଲାଭ କରିବେ । ବିଦେଶଯାତ୍ରାରେ ଯଶଲାଭ, ପରିବାରରେ ମାନ ମନାନ୍ତର ଦୂର ହେବ । ମାନସିକ ଏକାଗ୍ରତା ରଖି ପାରିବେ । ଶୁଭ ସମ୍ବାଦପାଇ ଖୁସିହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।
କୁମ୍ଭ:-
ରାଜନୀତି, ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକମାନଙ୍କର ବିଶେଷ ଉନ୍ନତିହେବ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ବ୍ୟବସାୟୀମାନେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ । ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହେବ । ମାଲି ମୋକଦ୍ଦମାର ସମସ୍ୟା ଦୂରହେବ ଓ ଉଚ୍ଚ ଆଶାରେ ଆଗେଇବେ । ରାଜନୀତି କ୍ଷେତ୍ରରେ ଅସ୍ୱସ୍ତି ଲାଭ କରିବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।
ମୀନ:-
କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବା ସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ । ଚାକିରୀରେ ପଦୋନ୍ନତିସହ ଆର୍ଥଲାଭ ହୋଇପାରେ । ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ଦ୍ୱାରା ବିଶେଷ ଲାଭବାନ୍ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
