ଆଜିର ଭାଗ୍ୟଫଳ (ଶନିବାର, ୦୫/୦୨/୨୦୨୨), ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ଆଜି ୨୦୨୨ ଫେବୃୟାରୀ ୫ ତାରିଖ । ଶନିବାର । ମକର ମାସ ୨୩ ଦିନ। ମାଘମାସ । ଶୁକ୍ଳପକ୍ଷ । ପଞ୍ଚମୀତିଥି । ଉତ୍ତରଭାଦ୍ରପଦ ନକ୍ଷତ୍ର । ମୀନରାଶିରେ ଚନ୍ଦ୍ର । ସିଦ୍ଧ ଯୋଗ । ବବ କରଣ ଦିବା ୩ଟା ୪୦ମିନିଟ୍ ଗତେ ବାଳବ କରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ଧନୁ ରାଶିର ଘାତଚନ୍ଦ୍ର । ବେଲ, ପଣସ ନ ଖାଇଲେ ଭଲ । ଯୋଗିନୀ- ଦକ୍ଷିଣେ ରାତି ୩ଟା ୪୭ମିନିଟ୍ ପରେ ପଶ୍ଚିମେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ପଞ୍ଚମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।
ଅଶୁଭସମୟ- ପ୍ରାତଃ ୬ଟା ୨୪ମିନିଟ୍ ରୁ ୭ଟା ୪୮ମିନିଟ୍, ଦିବା ୧ଟା ୨୪ମିନିଟ୍ ରୁ ଦିବା ୨ଟା ୪୮ମିନିଟ୍, ଦିବା ୪ଟା ୧୩ମିନିଟ୍ ରୁ ୫ଟା ୩୭ମିନିଟ୍, ସନ୍ଧ୍ୟା ୫ଟା ୩୭ମିନିଟ୍ ରୁ ୭ଟା ୧୩ମିନିଟ୍, ରାତ୍ରି ୪ଟା ୪୮ମିନିଟ୍ ରୁ ୬ଟା ୨୩ମିନିଟ୍ । ଶୁଭସମୟ- ଦିବା ୧୦ଟା ୩୭ମିନିଟ୍ ରୁ ୧ଟା ୭ମିନିଟ୍, ରାତ୍ର ୮ଟା ୧୧ମିନିଟ୍ ରୁ ୧୦ଟା ୪୨ମିନିଟ୍, ରାତ୍ର ୧୨ଟା ୨୭ମିନିଟ୍ ରୁ ୨ଟା ୭ମିନିଟ୍, ରାତ୍ର ୩ଟା ରୁ ରାତ୍ର ୪ଟା ୪୦ମିନିଟ୍ । ପର୍ବଦିନ- ସରସ୍ଵତୀ ପୂଜା, ବସନ୍ତ ପଞ୍ଚମୀ, ଶ୍ରୀପଞ୍ଚମୀ ।
ମେଷ ରାଶି : ଆର୍ଥିକ ନିବେଶରେ ଲାଭଦାୟକ ରହିବ । ଅଟକିଥିବା ଧନ ଆଜି ଆପଣଙ୍କୁ ମିଳିବ । ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଲଗାତାର ଉନ୍ନତି ହାସିଲ୍ କରିବେ । ଆପଣ କେଉଁ ନୁଆ ପ୍ରୋଜେକ୍ଟରେ ସାଙ୍ଗଙ୍କ ସାହାଯ୍ୟ ନେବେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ । ଭୁମି ଓ ଭବନ ସଂବନ୍ଧି ବାଧା ଦୂର ହେବ । ନିଜ କ୍ୟାରିୟରକୁ ନେଇକରି ଚିନ୍ତିତ ରହିପାରନ୍ତି । କିନ୍ତୁ ପାରିବାରିକ ଦାୟିତ୍ୱକୁ ନିର୍ବାହ ବଢିବା କରିବେ । ଉତ୍ସାହିତ ହୋଇକରି କିଛି ବଡ କାର୍ଯ୍ୟ କରିପାରନ୍ତି ।
ବୃଷ ରାଶି : ଆଜି ଲେଣଦେଣରେ ସାବଧନତା ରଖନ୍ତୁ , ବେପାରରେ ଉନ୍ନତି କରିବେ, ପୁରା ଦିନ ଟିକିଏ ଭାବୁକ ହେବେ , ଆପଣଙ୍କ ଯେଉଁ କାମଟି ହେବ ପୁରା ମନ ଲଗାଇଲେ ସଫଳତା ମିଳିପାରିବ , ଘର୍ ପରିବାରଲୋକଙ୍କ ଠାରୁ ଦରକାର ଆପଣ ଠିକ୍ ଭାବେ ତୁଲାଇବେ , ବାପାଙ୍କର ସହଯୋଗ ଆପଣ ଖାସ୍ କାର୍ଯ୍ୟ ପୁରା କରିପାରିବେ , ଅଟକିଥିବା ଧନ ମିଳିବ , ଆର୍ଥିକ ଅବସ୍ଥା ସୁଧୁରିବ । କେଉଁ ଖାସ୍ ବନ୍ଧୁଙ୍କର ସ୍ୱାସ୍ଥ୍ୟ ଖରାପ ହେବାଯୋଗୁଁ ମନ ଉଦାସ ରହିପାରେ ।
ମିଥୁନ ରାଶି : ଆଜି ଆପଣଙ୍କ ଦାୟିତ୍ୱ ବୋଧେ ବଢିବ , କିନ୍ତୁ ସବୁ ପ୍ରକାରର ଦାୟିତ୍ୱକୁ ନିଭାଈକରି ଆଗକୁ ବଢିବେ , ଚାକିରି ବିଷୟରେ ଆପଣ ଭଲ କରିବେ, ପାରିବାରିକ ମାମଲାରେ ବୁଝିପାରିବେ , ବ୍ୟବସାୟ ପାଇଁ ସମୟ ଭଲ ଅଛି , ନୁଆ ପରିଯୋଜନା କାମରେ ଅମଲି ଜମାଇବା ଭଲ ଅଛି , ବାଣୀରେ ନିୟନ୍ତ୍ରଣ ରଖନ୍ତୁ ।
କର୍କଟ ରାଶି : ଆଜି ଶୁଭ ସମାଚାର ପ୍ରାପ୍ତି ହେବ , ପୁରୁଣା ମିତ୍ରଙ୍କର ସଂବନ୍ଧ ବଢିବ , ସକାଳୁ ଉଠିକରି ପ୍ରଥମେ ଶନିଦେବଙ୍କ ସ୍ମରଣ କରି ନିଜ ଦିନ ଆରମ୍ଭ କରିଦିଅନ୍ତୁ , ବ୍ୟବସାୟ ଠିକ୍ ରହିବ , ଶତ୍ରୁ ହାନି କରିପାରନ୍ତି , ମିତ୍ରଙ୍କର ସହଯୋଗରେ ଆପଣ କେଉଁ ନୁଆ କାର୍ଯ୍ୟ କରିପାରିବେ , ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ରହିବ , ଅଧିକା କାର୍ଯ୍ୟଭାର ହେବାର୍ ଦ୍ୱାରା ଆଧିକା ବ୍ୟସ୍ତ ରହିବେ ।
ସିଂହ ରାଶି : ଆଜି ଆଜି ନୁଆ କାର୍ଯ୍ୟର ଆରମ୍ଭ କରିବେ , ଯାତ୍ରା ସମୟରେ ନିଜ ଉଦ୍ଧେଶ୍ୟକୁ ସଫଳ କରିବେ , ନିଜ ଘର ଓ ବଡ ଭାଇଙ୍କ ସପୋର୍ଟ ମିଳିବ , ଯାହା ଦ୍ୱାରା ସମାଜରେ ଅଲଗା ପରିଚୟ କରିବେ , ଯଦି ଆପଣ ବେପାରୀ ହୋଇଛନ୍ତି , ତେବେ ବେପାରରେ ଅଚାନକ ଧନ ଲାଭ ହେବ , ବିବାହିତ ଆଜି ସଂନ୍ଧ୍ୟାରେ କିଛି ସମାରୋହରେ ଯିବାର୍ ପ୍ଲାନ୍ କରିପାରନ୍ତି । ଅଧିକାରୀଙ୍କ ସହ ମିଶିକରି କିଛି ଭଲ କରିବାର ପ୍ରୟନ୍ନ ସଫଳ ହୋଇପାରେ ।
କନ୍ୟା ରାଶି : ଆପଣଙ୍କ କ୍ରୋଧ କାମ ବିଗାଡିପାରେ, ଏହାପାଇଁ ଅନାବାଶକ ରାଗନ୍ତୁ ନାହିଁ , ନିଜ ପରିବାରକ୍ ସମୟ ଦିଅନ୍ତୁ , ତାଙ୍କୁ ଅନୁଭବ କରିବାକୁ ଦିଅନ୍ତୁ , ଯାହା ଦ୍ୱାରା ତାଙ୍କର ଚିନ୍ତା କରନ୍ତି , ତାଙ୍କ ସହ କ୍ୱାଲିଟି ସମୟ ବିତାନ୍ତୁ , କ୍ୟାରିୟରରେ ଉନ୍ନତି କରିବା ପାଇଁ କ୍ଷମତା ବିକଶିତ ହେବ , ନୁଆ ଟେକନିକ୍ ସିଖିବା ଓ ନିଜ ଭାବନାରେ ଯୋଜନାକୁ ସଫଳ କରାଇବେ, ପ୍ରଭାବଶାଳି ଲୋକଙ୍କର ସହ ସାକ୍ଷାତ ହୋଇପାରେ , ଆପଣଙ୍କ ପ୍ରେମ ସଂବନ୍ଧରେ ସୁଧାର ଆସିବାର ଯୋଗ ଅଛି ।
ତୁଳା ରାଶି : ମାନସିକ ସମସ୍ୟା ଦୂର ହେବ , ଧାର୍ମିକ କାର୍ଯ୍ୟ କରୁଥିବା ଲୋକଙ୍କୁ ମଉକା ମିଳିବ , ପରିବାର ସହ ତାଳମେଲ ଭଳ ରହିବ , ଆର୍ଥିକ ମୋର୍ଚ୍ଚାରେ ଲାଭଦାୟୀ ହେବେ , ନିଜ ଖାଇବା ଓ ପିଇବା ଅଭ୍ୟାସକୁ ପରିବର୍ତ୍ତନ କରିବେ , ଲମ୍ବା ସମୟରୁ ରୋଗାକ୍ରାନ୍ତ ଚାଲୁଥିବା ଲୋକଙ୍କୁ ଘରୋଇ ଚିକିତ୍ସା ମିଳିବ , ଇମାନଦାରୀ ରୁ ଭଲ ଉନ୍ନତି କରିବେ , ନିଜ ଚାରି ଆଡୁ ହେବାକୁ ଥିବା ଗତିବିଧିକୁ ଧ୍ୟାନ ରଖନ୍ତୁ ।
ବିଛା ରାଶି : ଆଜି ଆପଣଙ୍କ ପାରିବାରିକ ଜୀବନ ଖୁସିମୟ ହେବ , ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ , ଯାହାକୁ ସ୍ୱିକାର କରିବେ , ପ୍ରେମର ମାମଲାରେ ଭଲ ସମୟ ନାହିଁ । ଆପଣଙ୍କ ସାଥୀଙ୍କ ଉପରେ ସନ୍ଦେହ ଅଭ୍ୟାସ ସଂମ୍ପର୍କ ଭାଙ୍ଗିଦେଇପାରେ, ନିଜ କାମରେ ଧ୍ୟାନ ଦିଅନ୍ତୁ । କେଉଁ ନିଜର୍ ଲୋକ ସହ ସଂମ୍ପର୍କ ଭଲ ରହିବ , ସ୍ୱାସ୍ଥ୍ୟ ଦୁର୍ବଳ ହେବ , ଆପଣଙ୍କ ଆତ୍ମବିଶ୍ୱାସ ବଢିବ , ପ୍ରଗତି ନିଶ୍ଚିତ ଅଟେ ।
ଧନୁ ରାଶି : ଆଜି ଘରେ କିଛି ପରିବର୍ତ୍ତନ ହେବାରୁ ମନରେ ଭାବୁକତା ଆସିପାରେ, କିନ୍ତୁ ନିଜ ଭାବନାକୁ ଅନ୍ୟଙ୍କ ଆଗରେ ଜାହିର୍ କରିବାରେ ସଫଳ ରହିବେ , ଆପଣ ଆର୍ଥିକ ରୁପରେ ନିଜ କାମକୁ ମଜବୁତ୍ କରିବେ , ଯଦି କେଉଁ ଯାତ୍ରାରେ ଆର୍ଥିକ ନିବେଶ କର୍ରିବାକୁ ଚାହୁଁଛନ୍ତି , ତେବେ ବିଚାର କରିପାରିବେ , ବିନା କାରଣରେ ଆପଣଙ୍କ ଯାତ୍ରା ଖରାପ ହୋଇପାରେ, ବୟସ୍କ ଲୋକଙ୍କ ଠାରୁ ଆଶିର୍ବାଦ ମିଳିବ , ମାନ ସମ୍ମାନରେ ବୃଦ୍ଧି ହେବ , ଯାତ୍ରାରେ ଯିବା ପୁର୍ବରୁ ଦିନ ଅନୁକୁଳ ଅଛି ।
ମକର ରାଶି : ଆଜି ଯେଉଁ କାର୍ଯ୍ୟକୁ ହାତରେ ନେବେ ତାହା ପୁରା କରିପାରିବେ , ଭାଗ୍ୟ୍ ଆପଣଙ୍କ ସହଯୌଗ କରୁଛି , ବେପାରକୁ ନେଇ ସବୁ ଅସୁବିଧା ସାମାନ୍ୟ ହେବ , ଆର୍ଥିକ ଦୃଷ୍ଟିରେ ଅନୁକୁଲ ଅଛି, ଆୟର କିଛି ନୁଆ ସ୍ରୋତ କରିପାରିବେ , ଆପଣଙ୍କ ଦିନଚର୍ଚ୍ଚା ଭଲ ରହିବ , ଆପଣ ବିତ୍ତିୟ ମାମଲାରେ ସୁଧାର ଆଣିବା ଚେଷ୍ଟା କରିବେ, ନୁଆ ପ୍ରେମ ସଂପର୍କରେ ଭଲ ହେବାର ଅଛି ।
କୁମ୍ଭ ରାଶି : ଆଜି ଆପଣଙ୍କ ସାକ୍ଷାତ କେଉଁ ମଜାଦାର୍ ଓ ବଡ ଭାବନା ରଖୁଥିବା ଲୋକଙ୍କ ସହ ହୋଇପାରେ, ସନ୍ତାନଙ୍କ ସନ୍ତୁଷ୍ଟୀ ତଥା ସନ୍ତାନଙ୍କ ସହଯୋଗ ମିଳିବ , ବାଦବିବାଦରେ ନଯାଆନ୍ତୁ ନହେଲେ ବିବାଦ ଘେରରେ ଆସିପାରନ୍ତି , ଆପଣ ନିଜ ବନ୍ଧୁଙ୍କ କଥା ନେଇ ସମୟ ବର୍ବାଦି କରନ୍ତୁନାଇଁ ,ଆପଣ ସକରାତ୍ମକ ଉର୍ଜା ହେବ , କେଉଁ ମାମଲାରେ ରିସ୍କ ନେଇପାରନ୍ତି, କାହା ଉପରେ ଆକି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ ।
ମୀନ ରାଶି : ଆଜି ସଂମ୍ପର୍କୀୟଙ୍କ ଠାରୁ ଧନ ଲାଭ ହେବ , ଆଜି ଆପଣଙ୍କ ଭାଗ୍ୟ ବଦଳିଯିବ , କେଉଁ କାର୍ଯ୍ୟ ବ୍ୟବସାୟରେ ଉନ୍ନତିର ଅଚାନକ ପ୍ରଗତି ଦେଖିବାକୁ ମିଳୁଛି, ଶନିଦେବଙ୍କ ବିଶେଷ କୃପାରୁ ଆପଣ ମାଲାମାଲ୍ ହୋଇପାରନ୍ତି , ଆପଣଙ୍କୁ ଚାକିରି କ୍ଷେତ୍ରରେ ଓ ବିଜନେସ୍ ସହ ଯୋଡି ହୋଇଥିବା ମାମଲାରେ ସଫଳତା ମିଳିବ , ବ୍ୟକ୍ତିଗତ ଓ ଗୋପନୀୟତା ସୁଚନା ଉଜାଗର କରିବାରୁ ରକ୍ଷା ପାଆନ୍ତୁ , ଜୀବନସାଥୀଙ୍କ ସହ ସଂମ୍ପର୍କରେ ମଧୁରତା ଆସିବ ।
