ଆଜିର ଭାଗ୍ୟଫଳ (ଶନିବାର, ୪ /୧୨/୨୦୨୧)! ଶନିଦେବଙ୍କ କୃପାରୁ ଏହି ରାଶିଙ୍କୁ ମିଳିବ ଆକସ୍ମିକ ଧନ
ଆଜି ୨୦୨୧ ଡିସେମ୍ବର ୪ । ଶନିବାର । ବିଛାମାସ ୧୯ ଦିନ । ମାର୍ଗଶୀର ମାସ । କୃଷ୍ଣପକ୍ଷ । ଅମାବାସ୍ୟା ତିଥି । ଅନୁରାଧା ନକ୍ଷତ୍ର ଦିବା ୧୦ଟା ୪୭ମିନିଟ୍ ଗତେ ଜ୍ୟେଷ୍ଠା ନକ୍ଷତ୍ର । ବିଛା ରାଶିରେ ଚନ୍ଦ୍ର । ସୁକର୍ମା ଯୋଗ ସକାଳ ୮ଟା ୩୯ମିନିଟ୍ ଗତେ ଦୃତି ଯୋଗ । ନାଗ କରଣ, ଦିବା ୧ଟା ୧୨ମିନିଟ୍ ଗତେ କିଂସ୍ତୁଘ୍ନ କରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ଆମିଷ, ତୈଳ ନ ଖାଇଲେ ଭଲ ଦିବା ୧ଟା ୧୨ମିନିଟ୍ ପରେ ପାଣିକଖାରୁ ନ ଖାଇଲେ ଭଲ । ଯୋଗିନୀ- ଐଶାନ୍ୟେ ଦିବା ୧ଟା ୧୨ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ ।
ଶ୍ରାଦ୍ଧ ତର୍ପଣ-ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଏବଂ ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୬ଟା ୧୦ମିନିଟ୍ ରୁ ୭ଟା ୩୨ମିନିଟ୍, ଦିବା ୧୨ଟା ୫୮ମିନିଟ୍ ରୁ ୨ଟା ୧୯ମିନିଟ୍, ଦିବା ୩ଟା ୪୧ମିନିଟ୍ ରୁ ୫ଟା ୨ମିନିଟ୍, ସନ୍ଧ୍ୟା ୫ଟା ୨ମିନିଟ୍ ରୁ ୬ଟା ୪୧ମିନିଟ୍, ରାତ୍ରି ୪ଟା ୩୨ମିନିଟ୍ ରୁ ସକାଳ ୬ଟା ୧୧ମିନିଟ୍ । ଶୁଭସମୟ- ସକାଳ ୭ଟା ୩୮ମିନିଟ୍ ରୁ ସକାଳ ୮ଟା ୫୨ମିନିଟ୍, ଦିବା ୧୧ଟା ୫୯ମିନିଟ୍ ରୁ ୧୨ଟା ୫୭ମିନିଟ୍, ଦିବା ୨ଟା ୨୦ମିନିଟ୍ ରୁ ୨ଟା ୫୧ମିନିଟ୍, ଦିବା ୩ଟା ୩୬ମିନିଟ୍ ରୁ ୩ଟା ୪୦ମିନିଟ୍, ରାତ୍ର ୨ଟା ୪୨ମିନିଟ୍ ରୁ ରାତ୍ର ୩ଟା ୩୨ମିନିଟ୍ । ପର୍ବଦିନ-ମଧ୍ୟ ଦେବଦୀପାବଳୀ ଓ ଅମାବାସ୍ୟା, ମହୋଦଧି ଅମାବାସ୍ୟା ସ୍ନାନ ।
ମେଷ:-
ସହକର୍ମୀ ମାନଙ୍କ ସହିତ ମତଭେଦ ସମାପ୍ତ ହେବ । ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ । ପାରିବାରିକ କ୍ଷେତ୍ରରେ ସ୍ନେହ-ସଦ୍ଭାବ ବଜାୟ ରହିବ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ଅସହଯୋଗ କରିବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ଆୟ ତୁଳନାରେ ବ୍ୟୟ ବହୁତ ହେବା ଫଳରେ ଆର୍ଥିକ ଅନାଟନ ଦେଖା ଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ବୃଷ:-
ବ୍ୟବସାୟ କ୍ଷେତ୍ରରେ ଭଲଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ପରିବାରରେ ଓ କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟର ଦାୟିତ୍ୱ ନେଇ ପ୍ରଶଂସା ପାଇବେ । ପ୍ରେମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ । ଛାତ୍ରଛାତ୍ରୀମାନେ ଭବିଷ୍ୟତକୁ ଧ୍ୟାନରେ ରଖି କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
ମିଥୁନ:-
ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ସନ୍ତାନ ସନ୍ତତିଙ୍କର ସ୍ୱାସ୍ଥ୍ୟରେ ଉନ୍ନତି, ମାନସିକଶାନ୍ତି ଫଳରେ ଆନନ୍ଦିତ ହେବେ । କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବା ସହ ଆୟରସ୍ରୋତ ଖୋଲିଯିବ ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବା ସହ ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ବିଜୟୀ ହୋଇ ସମ୍ମାନିତ ହେବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ମନର ଆଶାଆକାଂକ୍ଷା ପୂରଣ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
କର୍କଟ:-
କର୍ମକ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ରାଜନୀତି କ୍ଷେତ୍ରରେ ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ଉପରିସ୍ଥ ଅଧିକାରୀଙ୍କ ସହିତ ସମ୍ପର୍କ ଦୃଢ ହେବ । ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ । ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ, ସହଯୋଗ କରିବେ । ଛାତ୍ର ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ପ୍ରତିକାର- ମିଶ୍ରିଟିକେ ଖାଇ ଘରୁ ବାହାରନ୍ତୁ ।
ସିଂହ:-
ସରକାରୀ କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ । ଛାତ୍ର ଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ହେବେ । ଦାମ୍ପତ୍ୟ ସୁଖରେ ସୁଖିହେବା ସହ ପାରିବାରିକ କ୍ଷେତ୍ରରେ ଆୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବ୍ୟୟ ବୃଦ୍ଧି ପାଇବ । ତୀର୍ଥାଟନଯୋଗ ଥିବାରୁ ଯାତ୍ରାକାଳରେ ଯନ୍ତ୍ରଣା ଭୋଗିବେ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ କ୍ଷେତ୍ରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
କନ୍ୟା:-
ପାରିବାରିକ କ୍ଷେତ୍ରରେ ଭୂଲ ବୁଝାମଣା କଟି ଯାଇ ଶାନ୍ତିର ବାତାବରଣ ସୃଷ୍ଟି ହେବ । ରାଜନୀତି କ୍ଷେତ୍ରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରି ପ୍ରଶଂସା ପାଇବେ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସମାଧାନ ହୋଇ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ସୁଯୋଗ ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ତୁଳା:-
ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ଶତ୍ରୁମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡିବେ । ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେଇ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ଼ କରିବାକୁ ପଡ଼ିବ । ବନ୍ଧୁ ବାନ୍ଧବଙ୍କଦ୍ୱାରା ଅନେକ କାର୍ଯ୍ୟ ହାସଲ କରିବେ । କୌଣସି ଜଟିଳ ସମସ୍ୟାର ସମାଧାନ ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।
ବିଚ୍ଛା:-
ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । ମାନସିକ ଅଶାନ୍ତି ଦୂର ହୋଇ ଆର୍ଥୀକ ବୃଦ୍ଧି ହେବ । କର୍ମ ସଂଧାନୀ ମାନେ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ । କୌଣସି ଦୂର ସ୍ଥାନକୁ ଯାତ୍ରା କରି ଆନନ୍ଦିତ ହେବେ । ଅବିବାହିତ ଯୁବକ-ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ । ସାମାଜିକ ପ୍ରତିଷ୍ଠା, ମାନସମ୍ମାନରେ ବୃଦ୍ଧିହେବ । ପ୍ରଶାସନିକ ସ୍ତରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ପରିଚାଳନା ଦାୟିତ୍ୱ ବଢିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
ଧନୁ:-
ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବା ସହ ମାନସିକ ଶାନ୍ତି ଅନୁଭବ କରିବେ । ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷା କରି ପାରିବାରିକ କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ପ୍ରସ୍ତାବ ସ୍ଥିର ହେବ । ବକେୟା ଅର୍ଥ କିଛି ମିଳିବ ଓ ନିର୍ମାଣମୂଳକ ଯୋଜନାରେ ଆଗେଇବେ । ବ୍ୟବସାୟରେ ଉନ୍ନତି, ଆୟ ଉପାର୍ଜ୍ଜନର ବୃଦ୍ଧିହେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
ମକର:-
ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ଯୋଗେ ନୂତନ ଯୋଜନାରେ ସଫଳତା ମିଳିବ । ନୂତନକର୍ମ ନିଯୁକ୍ତି ପାଇବେ । ବ୍ୟବସାୟରେ ଶତୃ ପରାଜିତ ହୋଇ ବାକିଥିବା ଅର୍ଥପ୍ରାପ୍ତି ହେବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ଗୃହସ୍ଥ ଜୀବନ ସୁଖମୟ ହେବ । କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।
କୁମ୍ଭ:-
ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ ହେବ । ବକେୟା ଅର୍ଥ କିଛି ମିଳିବ । ନୂତନ ଗୃହସୁଖ ଓ ଯାନବାହନ ସୁଖ ମିଳିବ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ପୁରାତନ ରୋଗର ଉପଶମ ଫଳରେ ମନଖୁସି ରହିବ । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ପରିବାରରେ ଅଶାନ୍ତି ଦୂରେଇ ଯାଇ ଖୁସିର ବାତାବରଣ ସ୍ଥାୟି ରହିବ ଓ ନୂତନ ସମ୍ବନ୍ଧ ସୃଷ୍ଟିହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ମୀନ:-
ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦର ଅବସାନ ଘଟିବ । ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ଯୁବକ ଯୁବତୀମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ତରବାରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କର୍ମ କରିବା ଉଚିତ୍ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।
