ଆଜିଠୁ ଚିଲିକାରେ ଡ଼ଲଫିନ ଗଣନା, ୧୮ ଦଳ ନିୟୋଜିତ
ବ୍ରହ୍ମଗିରି : ଆଜିଠୁ ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ। ବାଲୁଗାଁ ରେଞ୍ଜରୁ ୧୦ଟି ଦଳ ଏବଂ ସାତପଡ଼ା ରେଞ୍ଜରୁ ୮ଟି ଦଳ ଏପରି ମୋଟ ୧୮ ଦଳ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ଏ ନେଇ ଶନିବାର ରେଞ୍ଜ ପକ୍ଷରୁ ସାତପଡ଼ା ସ୍ଥିତ ସିଡିଏ କାର୍ଯ୍ୟାଳୟର ଏସିଏଫ ଶରତ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକରେ ବନବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ଡ଼ଲଫିନ ଗବେଷକ, ପରିବେଶବିତ, ପ୍ରାଣୀ ବିଜ୍ଞାନ ଅଧ୍ୟାପକ, ଡଙ୍ଗା ଚାଳକ ସଂଘ ଏବଂ ସ୍ବେଚ୍ଛାସେବୀ ଏହି ବୈଠକରେ ଉପସ୍ଥିତ ରହିଥିଲେ। ରବିବାର ସକାଳ ୫.୪୫ରୁ ଗଣନାକାରୀ ଦଳ ଡଙ୍ଗା ମାଧ୍ୟମରେ ଚିଲିକା ମଧ୍ୟକୁ ବାହାରିଛନ୍ତି। ପ୍ରତ୍ୟେକ ଦଳରେ ୫ ରୁ ୬ ଜଣ ଗଣନାକାରୀ ରହିଛନ୍ତି । ଡ଼ଲଫିନ ଗଣନା ପାଇଁ ରବିବାର ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଏବଂ ଭେସଲ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି।
