ଆଜି ଛାଡ଼ଖାଇ ! ଜାଣନ୍ତୁ କାହିଁକି ପାଳନ କରାଯାଏ ଓ କିମ୍ବଦନ୍ତୀ
ସରିଲା ଧର୍ମର ମାସ କାର୍ତ୍ତିକ ମାସ । ଆଜି ଛାଡଖାଇ । ମାସକ ଯାକ ନିରାମିଷ ଖାଇବା ପରେ ଆଜି ପାଟିରେ ଟିକିଏ ଆମିଷ ବାଜିବ । ତେବେ ଆସନ୍ତୁ ଜାଣିବା ଛାଡ଼ଖାଇ କାହିଁକି ପାଳନ କରାଯାଏ ଓ ଏନେଇ କଣ ରହିଛି କିମ୍ବଦନ୍ତୀ।
ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି । ଏହାକୁ କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ପାଳନ କରାଯାଏ । କାର୍ତ୍ତିକ ମାସକୁ ଓଡ଼ିଶାରେ ଏକ ପବିତ୍ର ମାସ ଭାବରେ ପାଳନ କରାଯାଏ । ବହୁ ଲୋକ ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣ କରନ୍ତି ନାହିଁ । କିଛି ଲୋକ କେବଳ ମାସର ଶେଷ ପାଞ୍ଚଦିନ, ପଞ୍ଚକରେ ଆମିଷ ଭକ୍ଷଣରୁ ନିବୃତ ରୁହନ୍ତି । ଛାଡ଼ଖାଇ ଶବ୍ଦଟି, ‘ଛାଡ଼’ ଓ ‘ଖାଇ’ ଦୁଇଟି ଶବ୍ଦର ସନ୍ଧିରୁ ବିକଶିତ ।
ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା । ଅର୍ଥାତ, କିଛି ସମୟ ଅନ୍ତରାଲ ପରେ ଖାଇବା । ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଉପରାନ୍ତେ, ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ତେବେ ଏଠି ପ୍ରଶ୍ନ ଧର୍ମମାସ ‘କାର୍ତ୍ତିକ’ ସରିବା ପରେ ପରେ ଆମିଷ ଖାଇବା ପାଇଁ ‘ଛାଡ଼ଖାଇ’ କରିବା ନିହାତି ଦରକାର କି?….
କାହିଁକି ପାଳନ କରାଯାଏ ‘ଛାଡ଼ଖାଇ’ :
‘ଛାଡ଼ଖାଇ’ ଓଡ଼ିଶାର ଏକ ସାମାଜିକ ଚଳଣି । କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ‘ଛାଡ଼ଖାଇ’ ପାଳନ କରାଯାଏ । କାର୍ତ୍ତିକ ମାସକୁ ପବିତ୍ର ମାସ ଭାବେ ପାଳନ କରାଯାଏ । ଏହି ମାସରେ ସମ୍ପୂର୍ଣ୍ଣ ଭାବେ ଆମିଷ ଭକ୍ଷଣ କରାଯାଏ ନାହିଁ । ତେବେ ଛାଡ଼ଖାଇ ଶଦ୍ଧର ଅର୍ଥ ରହିଛି , ଛାଡ଼ ଓ ଖାଇ , ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା ଅର୍ଥାତ, କିଛି ସମୟ ଅନ୍ତରାଲ ପରେ ଖାଇବା । ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଉପରାନ୍ତେ, ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।
କିମ୍ବଦନ୍ତୀ ଅନୁସାରେ :
ଛାଡ଼ଖାଇକୁ ନେଇ ବହୁ କିମ୍ବଦନ୍ତୀ ରହିଛି । ତେବେ କାର୍ତ୍ତିକ ମାସ ଓ ମାର୍ଗଶୀର ମାସରେ ପବନର ଗତିପଥ ବଦଳିଥାଏ । ଐତିହାସିକ ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବପୁଅମାନେ ନୌବାଣିଜ୍ୟ କରିବା ପାଇଁ ଯାଇଥାନ୍ତି ଓ କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ତେବେ ସେବେଠୁ ଏହି ଛାଡ଼ଖାଇର ପ୍ରଥା ରହି ଆସୁଛି ବୋଲି ଶୁଣିବାକୁ ମିଳିଥାଏ ।
