ଆଜି ଅନୁଗୁଳ ଓ ଢେଙ୍କାନାଳ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ସ୍ମାର୍ଟ ହେଲଥ କାର୍ଡ
ଭୁବନେଶ୍ୱର : ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ସେବାରେ ସାମିଲ ହେବ ଆଉ ୨ ଟି ଜିଲା । ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଓ ଢେଙ୍କାନାଳଜିଲ୍ଲାକୁ ଗସ୍ତ କରି ସେଠାରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଂଟନର ଶୁଭାରମ୍ଭ କରିବେ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ସଭାରେ ସ୍ମାର୍ଟ ହେଲଥ କାର୍ଡ ବାଂଟିବେ । ଏହାସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ପରେ ମଧ୍ୟାହ୍ନ ୧୨ଟାରେ ଢେଙ୍କାନାଳ ଷ୍ଟାଡିୟମରେ ପହଂଚି ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବାଂଟିବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁଗୁଳ ଓ ଢେଙ୍କାନାଳ ଜିଲା ଗ୍ରସ୍ତ କରିବେ । ଉଭୟ ଜିଲାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଂଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ସେ ପ୍ରାୟ ୧୮ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏଥିପାଇଁ ଉଭୟ ଜିଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ କଡା ସରକ୍ଷା ବଳୟ ସୃଷ୍ଟି କରାଯାଇଥିବାବେଳେ ବ୍ୟାପକ ପୋଲିସ ଫୋର୍ସ ମୃତୟନ ବ୍ୟବସ୍ଥା କରାଯାଇଛି । ଅନୁଗୁଳ ଜିଲ୍ଲାର ମୁଖ୍ୟ ଷ୍ଟାଡିୟମ ପଡିଆ ଓ ଢେଙ୍କାନାଳର ମିନି ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ସଭାରେ ଯୋଗ ଦେଇ ହିତାଧିକାରୀମାନଙ୍କୁ ସ୍ମାର୍ଟ କାର୍ଡ ବଂଟନ କରିବେ । ଏହା ସହ ଅନୁଗୁଳ ଜିଲ୍ଲାରେ ୯୨୪କୋଟି ଓ ଢେଙ୍କାନାଳ ଜିଲ୍ଲାରେ ୮ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଅନୁଗୁଳର କାର୍ଯ୍ୟକ୍ରମ ପରେ ଢେଙ୍କାନାଳ ମିନି ଷ୍ଟାଡିୟମଠାକେ ମଧ୍ୟାହ୍ନ ୧୨ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ଏଥିରେ ଢେଙ୍କାନଳ ସାଂସଦ ମହେଶ ସାହୁ ଓ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମ ପାଇଁ ବିଜୁ ଜନତା ଦଳର କର୍ମୀଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ବେଶ ତତ୍ପର ହୋଇପଡିଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଉଭୟ ଜିଲାରେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଛି । ଏପରିକି ସଭାସ୍ଥଳରେ କେବଳ ନିର୍ଦ୍ଦିଷ୍ଟ ସ୍ମାର୍ଟ କାର୍ଡ ପାଇବାକୁ ଥିବା ହିତାଧିକାରୀ, କର୍ମୀ ଓ ସରକାରୀ ଅଧିକାରୀ ଉପସ୍ଥିତ ରହିବେ । କୋଭିଡ କଟକଣା କଡାକଡି କରାଯାଇ ସମସ୍ତଙ୍କର ଆରଟି ପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ଏପରିକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ବାରଣ ରହିଥିବାବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନୁଗୁଳରେ ୨୪ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିବାବେଳେ ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୧୩ ପ୍ଲାଟୁନ ଫୋର୍ସ ମୃତୟନ ହେବେ । ଏନେଇ ଢେଙ୍କାନାଳ ଏସପି ପ୍ରକାଶ କରିଛନ୍ତି । ଏହା ସହ ବସଷ୍ଟାଣ୍ଡ ଓ ଗଣେଶ ବଜାର ଠାରେ ସ୍ୱତନ୍ତ୍ର ବାରିକେଡ୍ କରାଯାଇଛି । ଶନିବାର ବସ ଷ୍ଟାଣ୍ଡ ଟ୍ରାଫିକ ଛକରୁ ଗଣେଶ ବଜାର ମୁଖ୍ୟ ରାସ୍ତାକୁ ସମୂର୍ଣ୍ଣ ସିଲ୍ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି ।
