ଆଜି ବଲିଉଡର ବର୍ଷିୟାନ୍ ଅଭିନେତ୍ରୀ ଶ୍ରୀଦେବୀଙ୍କର ୪ର୍ଥ ମୃତ୍ୟୁ ଶ୍ରାଦ୍ଧ ବାର୍ଷିକୀ
ମୁମ୍ବାଇ : ଆଜି ହେଉଛି ବଲିଉଡର ବର୍ଷିୟାନ୍ ଅଭିନେତ୍ରୀ ଶ୍ରୀଦେବୀଙ୍କର ୪ର୍ଥ ମୃତ୍ୟୁ ଶ୍ରାଦ୍ଧ ବାର୍ଷିକୀ । ଆଜିର ଏହି ପୂଣ୍ୟ ଦିନରେ ତାଙ୍କୁ ମନେପକାଇଛନ୍ତି ତାଙ୍କର ଦୁଇ କନ୍ୟା ଜାହ୍ନବୀ ଓ ଖୁସି । ଏମିତିରେ ଦୁଇ ଝିଅ ତାଙ୍କ ମାଙ୍କୁ ସବୁବେଳେ ମନେପକାନ୍ତି | ଖୁସି ଓ ଜାହ୍ନବୀ ତାଙ୍କ ମା’ଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଦୁଃଖଭରା କିଛି କଥା ଲେଖିଛନ୍ତି ।
ଆଜିକୁ ଠିକ୍ ୪ ବର୍ଷ ପୂର୍ବେ ଗାଧୁଆ କୁଣ୍ଡରେ ବୁଡି ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା । ଖୁସି କପୁର ତାଙ୍କ ମା’ ଙ୍କୁ ମନେପକାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମା’ଙ୍କ ସହ ପିଲାବେଳର ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ତାଙ୍କ ମା’ ଙ୍କ କୋଳରେ ବସିଛନ୍ତି ।ଏହି ଫଟୋ ପୋଷ୍ଟ କରିବା ସମୟରେ ଖୁସି କିଛି ଲେଖି ନଥିଲେ ମଧ୍ୟ ଆମେ ବୁଝିପାରୁଛୁ ଯେ ସେ ଏବେ ବି ତାଙ୍କ ମା’ ଙ୍କୁ କେତେ ମନେପକାଉଛନ୍ତି । ସେହିପରି ଶ୍ରୀଦେବୀ ଙ୍କ ବଡ ଝିଅ ଜାହ୍ନବୀ ମଧ୍ୟ ତାଙ୍କ ସୋସିଆଲ ସାଇଟରେ ନିଜ ମା’ ଙ୍କ ସହ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, “ମୁଁ ତୁମ ବିନା ଯେତିକି ବର୍ଷ କାଟିଛି, ଅନୁଭବ ହୁଏକିି ତୁମେ ମୋ ସହ ସବୁବେଳେ ଅଛ । କିନ୍ତୁ ବେଳେବେଳେ ତୁମେ ମୋ ପାଖରେ ନଥିବା ଅନୁଭବ କଲେ ମୁଁ ନିଜକୁ ଧିକାର ମନେକରେ । ତଥାପି ମୁଁ ଆଶା କରୁଛି ମାମା ଦିନେ ତୁମକୁ ମୋ ପାଇଁ ଗର୍ବ ଅନୁଭବ କରାଇବାରେ ସଫଳ ହେବି, କାରଣ ଏହା ଏଭଳି ଏକ ଅନୁଭୂତି ଯାହା ଆମକୁ ଆଗକୁ ବଢିବାରେ ପ୍ରେରଣା ଦେଉଛି । ଲଭ୍ ୟୁ ମାମା ।’’
