ରାଜ୍ୟରେ ଆଜିସୁଦ୍ଧା ଦିଆଗଲାଣି ୫.୪୩ କୋଟି ଟିକା
ଭୁବନେଶ୍ୱର : କରୋନା ବିରୋଧି ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୫ କୋଟି ୪୩ ଲକ୍ଷ ୦୮ ହଜାର ୩୩୪ ସଂଖ୍ୟାରେ ଟିକା ଦିଆଗଲାଣି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସମୁଦାୟ ଦିଆ ଯାଇଥିବା ଟିକାରୁ ପ୍ରଥମ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ୧୧ ଲକ୍ଷ ୬୫ ହଜାର ୭୭୫ ଜଣ ଥିବା ବେଳେ ଦ୍ୱିତିୟ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୨କୋଟି ୨୯ ଲକ୍ଷ ୨୦ ହଜାର ୭୫୨ ଜଣ । ଏହା ସହିତ ବୃଷ୍ଟର ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୨୧ ହଜାର ୮୦୭ ଜଣ । ଜିଲା ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଟିକା ଦିଆ ଯାଇଛି ବୋଲି ସୂଚନା ଦିଆଯାଇଛି ।
