ବିଶ୍ୱରେ ଆଉ ୪,୯,୯୫୫ ସଂକ୍ରମିତ ଓ ୭,୭୯୮
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩କୋଟି ୩୫ଲକ୍ଷ ୨ହଜାର ୪୯୪ ଓ ମୃତ୍ୟୁ ସଂଖ୍ୟା ୪୭ଲକ୍ଷ ୭୭ହଜାର ୬୭୦କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୯ହଜାର ୯୫୫ ଜଣ ସଂକ୍ରମିତ ହୋଇଥିବା ବେଳେ ୭ହଜାର ୭୯୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩କୋଟି ୩୫ଲକ୍ଷ ୨ହଜାର ୪୯୪ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭ଲକ୍ଷ ୭୭ହଜାର ୬୭୦ ଜଣକୁ ବୃଦ୍ଧି ପାଇଛି । ସେହିପରି ୨୧କୋଟି ୨ଲକ୍ଷ ୭୬ହଜାର ୯୨ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧କୋଟି ୮୪ଲକ୍ଷ ୫୦ହଜାର ୭୩୨ଜଣ ଲୋକ ସକ୍ରିୟ ଅଛନ୍ତି ।
ସୂଚନା ଯେ, ବ୍ରାଜିଲରେ ୨କୋଟି ୧୩ ଲକ୍ଷ ୮୧ହଜାର ୭୯୦ ସଂକ୍ରମିତ ଓ ୫ଲକ୍ଷ ୯୫ ହଜାର ୫୨୦ମୃତ, ୟୁକେରେ ୭୭ ଲକ୍ଷ ୩୬ ହଜାର ୨୩୫ ସଂକ୍ରମିତ ଓ ୧ ଲକ୍ଷ ୩୬ ହଜାର ୩୭୫ ମୃତ, ଋଷିଆରେ ୭୪ ଲକ୍ଷ ୬୪ ହଜାର ୭୦୮ସଂକ୍ରମିତ ଓ ୨ଲକ୍ଷ ୫ ହଜାର ୫୩୧ ମୃତ, ତୁର୍କୀରେ ୭୦ ଲକ୍ଷ ୯୫ହଜାର ୫୮୦ ସଂକ୍ରମିତ ଓ ୬୩ ହଜାର ୬୧୧ ମୃତ, ଫ୍ରାନ୍ସରେ ୭୦ ଲକ୍ଷ ୨ ହଜାର ୩୯୩ ସଂକ୍ରମିତ ଓ ୧ ଲକ୍ଷ ୧୬ ହଜାର ୬୧୫ ମୃତ, ଇରାନରେ ୫୫ ଲକ୍ଷ ୫୯ ହଜାର ୬୯୧ ସଂକ୍ରମିତ ଓ ୧ ଲକ୍ଷ ୧୯ ହଜାର ୮୮୮ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୫୩ହଜାର ୭୬୫ ସଂକ୍ରମିତ ଓ ୧ ଲକ୍ଷ ୧୫ ହଜାର ୩୮ମୃତ, କଲୋମ୍ବିଆରେ ୪୯ ଲକ୍ଷ ୫୪ ହଜାର ୩୭୬ ସଂକ୍ରମିତ ଓ ୧ ଲକ୍ଷ ୨୬ ହଜାର ୨୧୯ମୃତ, ସ୍ପେନରେ ୪୯ ଲକ୍ଷ ୫୩ ହଜାର ୯୩୦ ସଂକ୍ରମିତ ଓ ୮୬ ହଜାର ୩୫୮ମୃତ ରହିଛନ୍ତି ।
