ବିଶ୍ୱରେ ଆଉ ୬,୫୯,୨୮୦ ସଂକ୍ରମିତ ଓ ୧୦,୩୯୭
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୯୨ଲକ୍ଷ ୨୩ହଜାର ୪୪୦ ଓ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୪୩ହଜାର ୫୬୯କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୫୯ହଜାର ୨୮୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୦ହଜାର ୩୯୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୯୯ଲକ୍ଷ ୧ହଜାର ୨୮୨ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୫୫ହଜାର ୫୬୬ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୬୫ଲକ୍ଷ ୪୬ହଜାର ୯୧୦ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୫ଲକ୍ଷ ୮୭ହଜାର ୯୮ହଜାର ୮୦୬ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୪କୋଟି ୫ଲକ୍ଷ ୧୩ହଜାର ୧୮ ସଂକ୍ରମିତ ଓ ୬ଲକ୍ଷ ୬୨ହଜାର ୮୫୩ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୮ ଲକ୍ଷ ୩୦ହଜାର ୭୧୨ ସଂକ୍ରମିତ ଓ ୫ଲକ୍ଷ ୮୨ ହଜାର ୪ମୃତ, ଋଷିଆରେ ୬୯ ଲକ୍ଷ ୫୬ ହଜାର ୩୧୮ ସଂକ୍ରମିତ ଓ ୧ଲକ୍ଷ ୮୪ ହଜାର ୮୧୨ ମୃତ, ୟୁକେରେ ୬୮ ଲକ୍ଷ ୬୨ ହଜାର ୯୦୪ ସଂକ୍ରମିତ ଓ ୧ ଲକ୍ଷ ୩୨ ହଜାର ୯୨୦ ମୃତ, ଫ୍ରାନ୍ସରେ ୬୭ ଲକ୍ଷ ୯୯ ହଜାର ୨୪୦ ସଂକ୍ରମିତ ଓ ୧ ଲକ୍ଷ ୧୪ ହଜାର ୬୮୦ ମୃତ, ତୁର୍କୀରେ ୬୪ ଲକ୍ଷ ୩୫ହଜାର ୭୭୩ ସଂକ୍ରମିତ ଓ ୫୭ ହଜାର ୨୮୩ ମୃତ, ଆର୍ଜେଣ୍ଟିନାରେ ୫୧ ଲକ୍ଷ ୯୫ହଜାର ୬୦୧ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୧୯୫ମୃତ, ଇରାନରେ ୫୦ ଲକ୍ଷ ୫୫ ହଜାର ୫୧୨ ସଂକ୍ରମିତ ଓ ୧ ଲକ୍ଷ ୮ ହଜାର୯୮୮ମୃତ, କଲୋମ୍ବିଆରେ ୪୯ ଲକ୍ଷ ୧୩ ହଜାର ୩୧ ସଂକ୍ରମିତ ଓ ୧ ଲକ୍ଷ ୨୫ ହଜାର ୯୭ମୃତ, ସ୍ପେନରେ ୪୮ ଲକ୍ଷ ୭୧ ହଜାର ୪୪୪ ସଂକ୍ରମିତ ଓ ୮୪ ହଜାର ୬୪୦ମୃତ ରହିଛନ୍ତି ।
