ବିଶ୍ୱରେ ଆଉ ୬,୭୬,୩୫୦ ସଂକ୍ରମିତ ଓ ୧୦,୩୪୭
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୯୨ଲକ୍ଷ ୨୩ହଜାର ୪୪୦ ଓ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୪୩ହଜାର ୫୬୯କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୭୬ହଜାର ୩୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୦ହଜାର ୩୪୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୯୨ଲକ୍ଷ ୨୩ହଜାର ୪୪୦ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୪୩ହଜାର ୫୬୯ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୫୯ଲକ୍ଷ ୯୭ହଜାର ୧୭୦ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୬ଲକ୍ଷ ୮୨ହଜାର ୭୦୧ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୪କୋଟି ୩ଲକ୍ଷ ୨୬ହଜାର ୫୯୧ ସଂକ୍ରମିତ ଓ ୬ଲକ୍ଷ ୫୯ହଜାର ୮୭୬ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୮ ଲକ୍ଷ ୪ହଜାର ୨୧୫ ସଂକ୍ରମିତ ଓ ୫ଲକ୍ଷ ୮୧ ହଜାର ୨୨୮ମୃତ, ଋଷିଆରେ ୬୯ ଲକ୍ଷ ୩୭ ହଜାର ୩୩୩ ସଂକ୍ରମିତ ଓ ୧ଲକ୍ଷ ୮୪ ହଜାର ୧୪ ମୃତ, ୟୁକେରେ ୬୮ ଲକ୍ଷ ୨୫ ହଜାର ୭୪ ସଂକ୍ରମିତ ଓ ୧ ଲକ୍ଷ ୮୪ ହଜାର ୧୪ ମୃତ, ଫ୍ରାନ୍ସରେ ୬୭ ଲକ୍ଷ ୮୩ ହଜାର ୩୨୯ ସଂକ୍ରମିତ ଓ ୧ ଲକ୍ଷ ୧୪ ହଜାର ୫୭୭ ମୃତ, ତୁର୍କୀରେ ୬୪ ଲକ୍ଷ ୧୨ହଜାର ୨୭୭ ସଂକ୍ରମିତ ଓ ୫୭ ହଜାର ମୃତ, ଆର୍ଜେଣ୍ଟିନାରେ ୫୧ ଲକ୍ଷ ୯୦ହଜାର ୯୪୮ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୫ମୃତ, ଇରାନରେ ୫୦ ଲକ୍ଷ ୨୫ ହଜାର ୨୩୩ ସଂକ୍ରମିତ ଓ ୧ ଲକ୍ଷ ୮ ହଜାର ୩୯୩ମୃତ, କଲୋମ୍ବିଆରେ ୪୯ ଲକ୍ଷ ୧୧ ହଜାର ୮୨ ସଂକ୍ରମିତ ଓ ୧ ଲକ୍ଷ ୨୫ ହଜାର ୧୬ମୃତ, ସ୍ପେନରେ ୪୮ ଲକ୍ଷ ୬୧ ହଜାର ୮୮୩ ସଂକ୍ରମିତ ଓ ୮୪ ହଜାର ୪୭୨ମୃତ ରହିଛନ୍ତି ।
