ବିଶ୍ୱରେ ଆଉ ୫,୩୩,୯୧୫ ସଂକ୍ରମିତ ଓ ୮,୫୧୯
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୬୭ଲକ୍ଷ ୨ହଜାର ୬୭୦ ଓ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୬ହଜାର ୬୫୪କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୫ଲକ୍ଷ ୩୩ହଜାର ୯୧୫ ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୫୧୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୬୭ଲକ୍ଷ ୨ହଜାର ୬୭୦ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୬ହଜାର ୬୫୪ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୩୬ଲକ୍ଷ ୨୪ହଜାର ୯୫୩ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୫ଲକ୍ଷ ୭୧ହଜାର ୬୩ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୯୬ଲକ୍ଷ ୧୨ହଜାର ୯୮୬ ସଂକ୍ରମିତ ଓ ୬ଲକ୍ଷ ୫୪ହଜାର ୩୩୩ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୨୬ ଲକ୍ଷ ୯୪ହଜାର ୧୮୮ ସଂକ୍ରମିତ ଓ ୫ଲକ୍ଷ ୭୯ ହଜାର ୫୨ମୃତ, ଋଷିଆରେ ୬୮ ଲକ୍ଷ ୬୩ ହଜାର ୫୪୧ ସଂକ୍ରମିତ ଓ ୧ଲକ୍ଷ ୮୦ ହଜାର ୮୪୦ ମୃତ, ଫ୍ରାନ୍ସରେ ୬୭ ଲକ୍ଷ ୨୮ ହଜାର ୮୫୮ ସଂକ୍ରମିତ ଓ ୧ ଲକ୍ଷ ୮୦ ହଜାର ୮୪୦ ମୃତ, ୟୁକେରେ ୬୬ ଲକ୍ଷ ୯୮ ହଜାର ୪୮୬ ସଂକ୍ରମିତ ଓ ୧ ଲକ୍ଷ ୩୨ ହଜାର ୩୭୬ ମୃତ, ତୁର୍କୀରେ ୬୩ ଲକ୍ଷ ୨୯ହଜାର ୫୪୯ ସଂକ୍ରମିତ ଓ ୫୫ ହଜାର ୯୫୮ ମୃତ, ଆର୍ଜେଣ୍ଟିନାରେ ୫୧ ଲକ୍ଷ ୭୧ ହଜାର ୪୫୮ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୩୨୪ମୃତ, କଲୋମ୍ବିଆରେ ୪୯ ଲକ୍ଷ ୩ ହଜାର ୩୦୪ ସଂକ୍ରମିତ ଓ ୧ ଲକ୍ଷ ୨୪ ହଜାର ୭୪୩ମୃତ, ଇରାନରେ ୪୮ ଲକ୍ଷ ୯୫ ହଜାର ୪୪୮ ସଂକ୍ରମିତ ଓ ୧ ଲକ୍ଷ ୫ ହଜାର ୯୦୧ମୃତ, ସ୍ପେନରେ ୪୮ ଲକ୍ଷ ୩୧ ହଜାର ୮୦୯ ସଂକ୍ରମିତ ଓ ୮୪ ହଜାର ମୃତ ରହିଛନ୍ତି ।
