ବିଶ୍ୱରେ ଆଉ ୬,୯୭,୪୪୭ ସଂକ୍ରମିତ ଓ ୧୦ହଜାର ୯୧୨
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୩୨ଲକ୍ଷ ୧ହଜାର ୮୯୨ ଓ ମୃତ୍ୟୁ ସଂଖ୍ୟା ୪୪ଲକ୍ଷ ୫୨ହଜାର ୧୭୯କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୯୭ହଜାର ୪୪୭ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ହଜାର ୯୧୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୪୬ଲକ୍ଷ ୮୦ହଜାର ୧୫୨ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪ଲକ୍ଷ ୭୫ହଜାର ୧୫୯ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୨୦ଲକ୍ଷ ୨୦ହଜାର ୪୭୬ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୧ଲକ୍ଷ ୮୪ହଜାର ୫୧୭ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୯୧ଲକ୍ଷ ୪୭ହଜାର ୨୨୩ ସଂକ୍ରମିତ ଓ ୬ଲକ୍ଷ ୪୯ହଜାର ୬୩୨ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୬ ଲକ୍ଷ ୪୫ହଜାର ୫୩୭ ସଂକ୍ରମିତ ଓ ୫ଲକ୍ଷ ୭୬ ହଜାର ୭୩୦ମୃତ, ଋଷିଆରେ ୬୮ ଲକ୍ଷ ୪ହଜାର ୯୧୦ ସଂକ୍ରମିତ ଓ ୧ଲକ୍ଷ ୭୮ ହଜାର ୪୨୩ ମୃତ, ଫ୍ରାନ୍ସରେ ୬୬ ଲକ୍ଷ ୭୩ ହଜାର ୩୩୬ ସଂକ୍ରମିତ ଓ ୧ ଲକ୍ଷ ୧୩ ହଜାର ୬୬୫ ମୃତ, ୟୁକେରେ ୬୫ ଲକ୍ଷ ୯୦ ହଜାର ୭୪୭ ସଂକ୍ରମିତ ଓ ୧ ଲକ୍ଷ ୩୨ ହଜାର ୩ ମୃତ, ତୁର୍କୀରେ ୬୨ ଲକ୍ଷ ୭୩ହଜାର ୬୮୧ ସଂକ୍ରମିତ ଓ ୫୫ ହଜାର ୨୧୨ ମୃତ, ଆର୍ଜେଣ୍ଟିନାରେ ୫୧ ଲକ୍ଷ ୫୫ ହଜାର ୭୯ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୯୫୫ମୃତ, କଲୋମ୍ବିଆରେ ୪୮ ଲକ୍ଷ ୯୭ ହଜାର ୧୫୦ ସଂକ୍ରମିତ ଓ ୧ ଲକ୍ଷ ୨୪ ହଜାର ୪୭୪ମୃତ, ସ୍ପେନରେ ୪୮ ଲକ୍ଷ ୧୫ ହଜାର ୨୦୫ ସଂକ୍ରମିତ ଓ ୮୩ ହଜାର ୬୯୦ ମୃତ, ଇରାନରେ ୪୭ ଲକ୍ଷ ୯୬ ହଜାର ୩୭୭ ସଂକ୍ରମିତ ଓ ୧ ଲକ୍ଷ ୪ ହଜାର ୨୨ମୃତ ରହିଛନ୍ତି ।
