ବିଶ୍ୱରେ ଆଉ ୪,୫୦,୯୦୨ ସଂକ୍ରମିତ ଓ ୮,୨୫୦
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୨୫ଲକ୍ଷ ୫୪ହଜାର ୪୫୪ ଓ ମୃତ୍ୟୁ ସଂଖ୍ୟା ୪୪ଲକ୍ଷ ୪୩ହଜାର ୮୯୮କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୫୦ହଜାର ୯୦୨ ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୨୫ଲକ୍ଷ ୫୪ହଜାର ୪୫୪ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪ଲକ୍ଷ ୪୩ହଜାର ୮୯୮ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୧ଲକ୍ଷ ୫୬ହଜାର ୫୫୭ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୭୯ଲକ୍ଷ ୫୩ହଜାର ୯୯୯ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୮୫ଲକ୍ଷ ୪୫ହଜାର ୧୪୪ ସଂକ୍ରମିତ ଓ ୬ଲକ୍ଷ ୪୫ହଜାର ୫୮ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୫ ଲକ୍ଷ ୭୦ହଜାର ୮୯୧ ସଂକ୍ରମିତ ଓ ୫ଲକ୍ଷ ୭୪ ହଜାର ୫୭୪ମୃତ, ଋଷିଆରେ ୬୭ ଲକ୍ଷ ୪୭ ହଜାର ୮୭ ସଂକ୍ରମିତ ଓ ୧ଲକ୍ଷ ୭୬ ହଜାର ୪୪ ମୃତ, ଫ୍ରାନ୍ସରେ ୬୬ ଲକ୍ଷ ୧୯ ହଜାର ୬୧୧ ସଂକ୍ରମିତ ଓ ୧ ଲକ୍ଷ ୧୩ ହଜାର ୩୧୧ ମୃତ, ୟୁକେରେ ୬୪ ଲକ୍ଷ ୯୨ ହଜାର ୯୦୪ ସଂକ୍ରମିତ ଓ ୧ ଲକ୍ଷ ୩୧ ହଜାର ୬୪୦ ମୃତ, ତୁର୍କୀରେ ୬୨ ଲକ୍ଷ ୧୫ହଜାର ୬୬୩ ସଂକ୍ରମିତ ଓ ୫୪ ହଜାର ୫୩୩ ମୃତ, ଆର୍ଜେଣ୍ଟିନାରେ ୫୧ ଲକ୍ଷ ୩୩ ହଜାର ୮୩୧ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୩୫୨ମୃତ, କଲୋମ୍ବିଆରେ ୪୮ ଲକ୍ଷ ୮୯ ହଜାର ୫୩୭ ସଂକ୍ରମିତ ଓ ୧ ଲକ୍ଷ ୨୪ ହଜାର ୨୧୬ମୃତ, ସ୍ପେନରେ ୪୭ ଲକ୍ଷ ୭୦ ହଜାର ୪୫୩ ସଂକ୍ରମିତ ଓ ୮୩ ହଜାର ୧୩୬ ମୃତ, ଇରାନରେ ୪୬ ଲକ୍ଷ ୭୭ ହଜାର ୧୧୪ ସଂକ୍ରମିତ ଓ ୧ ଲକ୍ଷ ୨ ହଜାର ୩୮ମୃତ ରହିଛନ୍ତି।
