ବିଶ୍ୱରେ ଆଉ ୬,୩୬,୧୧୫ ସଂକ୍ରମିତ ଓ ୯,୮୪୨
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୯୩ଲକ୍ଷ ୨୬ହଜାର ୯୦୩ ଓ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୯୩ହଜାର ୪୧୨କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୩୬ହଜାର ୧୧୫ ଜଣ ସଂକ୍ରମିତ ହୋଇଥିବାବେଳେ ୯ହଜାର ୮୪୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୯୩ଲକ୍ଷ ୨୬ହଜାର ୯୦୩ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୯୩ହଜାର ୪୧୨ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୮କୋଟି ୭୬ଲକ୍ଷ ୨୨ହଜାର ୯୭୫ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୭୩ଲକ୍ଷ ୧୦ହଜାର ୫୧୬ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୭୮ଲକ୍ଷ ୮୬ହଜାର ୯୯୮ ସଂକ୍ରମିତ ଓ ୬ଲକ୍ଷ ୬୦ହଜାର ୭୩ ଜଣ ମୃତ ଥିବାବେଳେ
ବ୍ରାଜିଲରେ ୨କୋଟି ୪୧ ଲକ୍ଷ ୧୭ହଜାର ୨୦୪ ସଂକ୍ରମିତ ଓ ୫ଲକ୍ଷ ୭୦ ହଜାର ୭୧୮ମୃତ, ଋଷିଆରେ ୬୬ ଲକ୍ଷ ୪୨ ହଜାର ୫୫୯ ସଂକ୍ରମିତ ଓ ୧ଲକ୍ଷ ୭୨ ହଜାର ୧୧୦ ମୃତ, ଫ୍ରାନ୍ସରେ ୬୫ ଲକ୍ଷ ୪ ହଜାର ୯୭୮ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୮୬୪ ମୃତ, ୟୁକେରେ ୬୩ ଲକ୍ଷ ୨୨ ହଜାର ୨୪୧ ସଂକ୍ରମିତ ଓ ୧ ଲକ୍ଷ ୩୧ ହଜାର ୧୪୯ ମୃତ, ତୁର୍କୀରେ ୬୧ ଲକ୍ଷ ୧୮ ହଜାର ୫୦୮ ସଂକ୍ରମିତ ଓ ୫୩ ହଜାର ୫୦୭ ମୃତ, ଆର୍ଜେଣ୍ଟିନାରେ ୫୦ ଲକ୍ଷ ୯୬ ହଜାର ୪୪୩ ସଂକ୍ରମିତ ଓ ୧ ଲକ୍ଷ ୯ ହଜାର ୪୦୫ମୃତ, କଲୋମ୍ବିଆରେ ୪୮ ଲକ୍ଷ ୭୪ ହଜାର ୧୬୯ ସଂକ୍ରମିତ ଓ ୧ ଲକ୍ଷ ୨୩ ହଜାର ୬୮୮ମୃତ, ସ୍ପେନରେ ୪୭ ଲକ୍ଷ ୩୩ ହଜାର ୬୦୨ ସଂକ୍ରମିତ ଓ ୮୨ ହଜାର ୭୩୯ ମୃତ, ଇରାନରେ ୪୫ ଲକ୍ଷ ୧୭ ହଜାର ୨୪୩ ସଂକ୍ରମିତ ଓ ୯୯ ହଜାର ୧୦୮ମୃତ ରହିଛନ୍ତି।
