ବିଶ୍ୱରେ ଆଉ ୫,୬୩,୪୫୬ ସଂକ୍ରମିତ ଓ ୮,୫୯୮
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୭୪ଲକ୍ଷ ୭୩ହଜାର ୬୬୮ ଓ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୬୬ହଜାର ୪୮କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୫ଲକ୍ଷ ୬୩ହଜାର ୪୫୬ ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୫୯୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୭୪ଲକ୍ଷ ୭୩ହଜାର ୬୬୮ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୬୬ହଜାର ୪୮ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୮କୋଟି ୫୯ଲକ୍ଷ ୭୬ହଜାର୭୨୪ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୭୧ଲକ୍ଷ ୩୦ହଜାର ୯୧୬ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୭୪ଲକ୍ଷ ୩୫ହଜାର ୪୨୨ ସଂକ୍ରମିତ ଓ ୬ଲକ୍ଷ ୩୭ହଜାର ୪୩୮ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୩ ଲକ୍ଷ ୫୦ହଜାର ୧୪୨ ସଂକ୍ରମିତ ଓ୫ଲକ୍ଷ ୬୮ ହଜାର ୮୩୩ମୃତ, ଋଷିଆରେ ୬୫ ଲକ୍ଷ ୭୯ ହଜାର ୨୧୨ ସଂକ୍ରମିତ ଓ ୧ଲକ୍ଷ ୬୯ ହଜାର ୬୮୩ ମୃତ, ଫ୍ରାନ୍ସରେ ୬୪ ଲକ୍ଷ ୪୯ ହଜାର ୮୬୩ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୬୧୨ ମୃତ, ୟୁକେରେ ୬୨ ଲକ୍ଷ ୪୧ ହଜାର ୧୧ ସଂକ୍ରମିତ ଓ ୧ ଲକ୍ଷ ୩୦ ହଜାର ୮୯୪ ମୃତ, ତୁର୍କୀରେ ୬୦ ଲକ୍ଷ ୫୯ ହଜାର ୮୦୬ ସଂକ୍ରମିତ ଓ ୫୩ ହଜାର ୫ ମୃତ, ଆର୍ଜେଣ୍ଟିନାରେ ୫୦ ଲକ୍ଷ ୮୦ ହଜାର ୯୦୮ ସଂକ୍ରମିତ ଓ ୧ ଲକ୍ଷ ୮ ହଜାର ୯୩୬ମୃତ, କଲୋମ୍ବିଆରେ ୪୮ ଲକ୍ଷ ୬୪ ହଜାର ୬୨୯ ସଂକ୍ରମିତ ଓ ୧ ଲକ୍ଷ ୨୩ ହଜାର ୩୫୬ମୃତ, ସ୍ପେନରେ ୪୬ ଲକ୍ଷ ୯୩ ହଜାର ୫୪୦ ସଂକ୍ରମିତ ଓ ୮୨ ହଜାର ୪୭୦ ମୃତ, ଇଟାଲିରେ ୪୪ ଲକ୍ଷ ୩୫ ହଜାର ୮ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୪୧୩ମୃତ ରହିଛନ୍ତି।
