ବିଶ୍ୱରେ ଆଉ ୬,୬୧,୬୪୬ ସଂକ୍ରମିତ ଓ ୧୦ହଜାର୯ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୪୭ଲକ୍ଷ ୧୩ହଜାର ୯୯୦ ଓ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୨୫ହଜାର ୬୧୯କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୬୧ହଜାର ୬୪୬ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ହଜାର ୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୪୪ଲକ୍ଷ ୧୧ହଜାର ୬୨୩ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୩୬ହଜାର ୪୩୦ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୮କୋଟି ୪୪ଲକ୍ଷ ୨୫ହଜାର ୨୩୭ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୬୬ଲକ୍ଷ ୪୯ହଜାର ୯୫୬ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୭୦ଲକ୍ଷ ୧୬ହଜାର ୪୯୪ ସଂକ୍ରମିତ ଓ ୬ଲକ୍ଷ ୩୫ହଜାର ୫୫୦ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୨ ଲକ୍ଷ ୪୯ହଜାର ୧୭୬ ସଂକ୍ରମିତ ଓ ୫ଲକ୍ଷ ୬୬ ହଜାର ୧୩ମୃତ, ଋଷିଆରେ ୬୫ ଲକ୍ଷ ୧୨ ହଜାର ୮୫୯ ସଂକ୍ରମିତ ଓ ୧ଲକ୍ଷ ୬୭ ହଜାର ୨୪୧ ମୃତ, ଫ୍ରାନ୍ସରେ ୬୩ ଲକ୍ଷ ୭୦ ହଜାର ୪୨୯ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୪୧୦ ମୃତ, ୟୁକେରେ ୬୧ ଲକ୍ଷ ୪୬ ହଜାର ୮୦୦ ସଂକ୍ରମିତ ଓ ୧ ଲକ୍ଷ ୩୦ ହଜାର ୬୦୭ ମୃତ, ତୁର୍କୀରେ ୫୯ ଲକ୍ଷ ୯୬ ହଜାର ୨୨୪ ସଂକ୍ରମିତ ଓ ୫୨ ହଜାର ୫୬୫ ମୃତ, ଆର୍ଜେଣ୍ଟିନାରେ ୫୦ ଲକ୍ଷ ୫୨ ହଜାର ୮୮୪ ସଂକ୍ରମିତ ଓ ୧ ଲକ୍ଷ ୮ ହଜାର ୩୮୮ମୃତ, କଲୋମ୍ବିଆରେ ୪୮ ଲକ୍ଷ ୫୨ ହଜାର ୩୨୩ ସଂକ୍ରମିତ ଓ ୧ ଲକ୍ଷ ୨୨ ହଜାର ୯୫୩ମୃତ, ସ୍ପେନରେ ୪୬ ଲକ୍ଷ ୬୦ ହଜାର ୪୭୩ ସଂକ୍ରମିତ ଓ ୮୨ ହଜାର ୩୨୦ ମୃତ, ଇଟାଲିରେ ୪୪ ଲକ୍ଷ ୧୩ ହଜାର ୧୬୨ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୩୦୪ମୃତ ରହିଛନ୍ତି।
