ବିଶ୍ୱରେ ଆଉ ୫,୪୭,୧୦୬ ସଂକ୍ରମିତ ଓ ୮,୪୮୪ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୩୩ଲକ୍ଷ ୫୧ହଜାର ୭୫୬ ଓ ମୃତ୍ୟୁ ସଂଖ୍ୟା ୪୧ଲକ୍ଷ ୫୦ହଜାର ୫୭୧କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୫ଲକ୍ଷ ୪୭ହଜାର ୧୦୬ ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୪୮୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୩୩ଲକ୍ଷ ୫୧ହଜାର ୭୫୬ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧ଲକ୍ଷ ୫୦ହଜାର ୫୭୧ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୫୬ଲକ୍ଷ ୯୮ହଜାର ୬୩୫ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୩୫ଲକ୍ଷ ୨ହଜାର ୫୫୦ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୫୨ଲକ୍ଷ ୪ହଜାର ୬୦୮ ସଂକ୍ରମିତ ଓ ୬ଲକ୍ଷ ୨୬ହଜାର ୧୫୭ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୫ଲକ୍ଷ ୨୪ହଜାର ୯୨ ସଂକ୍ରମିତ ଓ ୫ଲକ୍ଷ ୪୭ ହଜାର ୧୩୪ମୃତ, ଋଷିଆରେ ୬୦ ଲକ୍ଷ ୫୪ ହଜାର ୭୧୧ ସଂକ୍ରମିତ ଓ ୧ଲକ୍ଷ ୫୧ ହଜାର ୫୦୧ ମୃତ, ଫ୍ରାନ୍ସରେ ୫୯ ଲକ୍ଷ ୩୩ ହଜାର ୫୧୦ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୫୬୫ ମୃତ, ୟୁକେରେ ୫୬ ଲକ୍ଷ ୨ ହଜାର ୩୨୧ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୯୮୦ ମୃତ, ତୁର୍କୀରେ ୫୫ ଲକ୍ଷ ୬୩ ସଂକ୍ରମିତ ଓ ୯୦୩ ହଜାର ୫୦ ହଜାର ୭୬୧ ମୃତ, ଆର୍ଜେଣ୍ଟିନାରେ ୪୮ ଲକ୍ଷ ୧୨ ହଜାର ୩୫୧ ସଂକ୍ରମିତ ଓ ୧ ଲକ୍ଷ ୩ ହଜାର ୭୪ମୃତ, କଲୋମ୍ବିଆରେ ୪୬ ଲକ୍ଷ ୯୨ ହଜାର ୫୭୦ ସଂକ୍ରମିତ ଓ ୧ ଲକ୍ଷ ୧୭ ହଜାର ୮୩୬ମୃତ, ଇଟାଲିରେ ୪୩ ଲକ୍ଷ ୨ ହଜାର ୩୯୩ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୯୨୦ମୃତ, ସ୍ପେନରେ ୪୨ ଲକ୍ଷ ୪୯ ହଜାର ୨୫୮ ସଂକ୍ରମିତ ଓ ୮୧ ହଜାର ୧୯୪ ମୃତ ରହିଛନ୍ତି ।
