ବିଶ୍ୱରେ ଆଉ ୪,୨୯,୨୩ ସଂକ୍ରମିତ ଓ ୮,୧୧୨ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୩୮ଲକ୍ଷ ୩୦ହଜାର ୩୧୧ ଓ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୭୯ହଜାର ୩୧୩କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୨୯ହଜାର ୨୩ ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୧୧୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୩୮ଲକ୍ଷ ୩୦ହଜାର ୩୧୧ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୭୯ହଜାର ୩୧୩ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୮୨ଲକ୍ଷ ୬୨ହଜାର ୭୨ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୫ଲକ୍ଷ ୮୮ହଜାର ୯୨୬ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୫ଲକ୍ଷ ୭୮ହଜାର ୭୯୮ ସଂକ୍ରମିତ ଓ ୬ଲକ୍ଷ ୨୦ହଜାର ୯୬୯ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୬ଲକ୍ଷ ୮୭ହଜାର ୪୬୯ ସଂକ୍ରମିତ ଓ ୫ଲକ୍ଷ ୨୨ ହଜାର ୬୮ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୮୦ ହଜାର ୬୪୮ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୧୩୫ ମୃତ, ଋଷିଆରେ ୫୫ ଲକ୍ଷ ୬୧ ହଜାର ୩୬୦ ସଂକ୍ରମିତ ଓ ୧ଲକ୍ଷ ୩୬ ହଜାର ୫୬୫ ମୃତ, ତୁର୍କୀରେ ୫୪ ଲକ୍ଷ ୩୫ ହଜାର ୮୩୧ ସଂକ୍ରମିତ ଓ ୪୯ ହଜାର ୮୨୯ ମୃତ, ୟୁକେରେ ୪୮ ଲକ୍ଷ ୫୫ ହଜାର ୧୬୯ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୧୮୯ ମୃତ, ଆର୍ଜେଣ୍ଟିନାରେ ୪୫ ଲକ୍ଷ ୧୨ ହଜାର ୪୩୯ ସଂକ୍ରମିତ ଓ ୯୫ ହଜାର ୩୮୨ମୃତ, କଲୋମ୍ବିଆରେ ୪୨ ଲକ୍ଷ ୯୭ ହଜାର ୩୦୨ ସଂକ୍ରମିତ ଓ ୧ ଲକ୍ଷ ୭ ହଜାର ୭୨୩ମୃତ, ଇଟାଲିରେ ୪୨ ଲକ୍ଷ ୬୧ ହଜାର ୫୮୨ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୬୧୫ମୃତ, ସ୍ପେନରେ ୩୮ ଲକ୍ଷ ୩୩ ହଜାର ୮୬୮ ସଂକ୍ରମିତ ଓ ୮୦ ହଜାର ୯୧୧ ମୃତ ରହିଛନ୍ତି ।
