ବିଶ୍ୱରେ ଆଉ ୨,୯୨,୯୯୧ସଂକ୍ରମିତ ଓ ୮,୩୯୬ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୬୭ଲକ୍ଷ ୪୦୬ ଓ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୧୮ହଜାର ୮୯୬କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୯୨ହଜାର ୯୯୧ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୩୯୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୬୭ଲକ୍ଷ ୪୦୬ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୧୮ହଜାର ୮୯୬ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୭ଲକ୍ଷ ୩୦ହଜାର ୯୮୮ ସୁସ୍ଥ ହୋଇ ଥିବାବେଳେ ୧କୋଟି ୨୧ଲକ୍ଷ ୫୦ହଜାର ୫୨୨ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୩ଲକ୍ଷ ୨୧ହଜାର ୯୩ ସଂକ୍ରମିତ ଓ ୬ଲକ୍ଷ ୧୫ହଜାର ୫୩ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୭୪ଲକ୍ଷ ୧୩ହଜାର ୯୯୬ସଂକ୍ରମିତ ଓ ୪ଲକ୍ଷ ୮୭ହଜାର ୪୭୬ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୪୦ ହଜାର ୬୬୫ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୪୨୦ ମୃତ, ତୁର୍କୀରେ ୫୩ ଲକ୍ଷ ୩୦ ହଜାର ୪୪୭ ସଂକ୍ରମିତ ଓ ୪୮ ହଜାର ୭୨୧ ମୃତ, ଋଷିଆରେ ୫୨ ଲକ୍ଷ ୮ ହଜାର ୬୮୭ ସଂକ୍ରମିତ ଓ ୧ଲକ୍ଷ ୨୬ ହଜାର ୪୩୦ ମୃତ, ୟୁକେରେ ୪୫ ଲକ୍ଷ ୬୫ ହଜାର ୮୧୩ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୯୦୪ ମୃତ, ଇଟାଲିରେ ୪୨ ଲକ୍ଷ ୪୪ ହଜାର ୮୭୨ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୨ମୃତ, ଆର୍ଜେଣ୍ଟିନାରେ ୪୧ ଲକ୍ଷ ୨୪ ହଜାର ୧୯୦ ସଂକ୍ରମିତ ଓ ୮୫ ହଜାର ୩୪୩ ମୃତ, କଲୋମ୍ବିଆରେ ୩୭ ଲକ୍ଷ ୫୩ ହଜାର ୨୨୪ ସଂକ୍ରମିତ ଓ ୯୫ ହଜାର ୭୭୮ ମୃତ, ସ୍ପେନରେ ୩୭ ଲକ୍ଷ ୩୩ ହଜାର ୬୦୦ ସଂକ୍ରମିତ ଓ ୮୦ ହଜାର ୫୦୧ମୃତ ରହିଛନ୍ତି ।
