ରାଜ୍ୟରେ ଆଉ ୨୦୫ କରୋନା ସଂକ୍ରମିତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ରବିବାର ଆଉ ୨୦୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୫୦୫ରେ ପହଂଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୯ ଜଣ ଥିବାବେଳେ ଭଦ୍ରକରୁ ୨୨, ସମ୍ବଲପୁରରୁ ୨୧, କଟକରୁ ୧୬, ବାଲେଶ୍ୱରରୁ ୧୩, ଯାଜପୁରରୁ ୮, ବଲାଙ୍ଗୀରରୁ ୭, ଜଗତସିଂହପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ, ମାଲକାନଗିରି, ମୟୂରଭଂଜରୁ ୫-୫ ଜଣ, ରାୟଗଡ଼ାରୁ ୪, ଗଂଜାମ, ପୁରୀରୁ ୩ ଜଣ ଲେଖାଏଁ, ବରଗଡ଼, ଝାରସୁଗୁଡ଼ାରୁ ୨ ଓ ୨, ଦେବଗଡ଼, କେରାପୁଟ, ସୁବର୍ଣ୍ଣପରୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୧୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
