ରାଜ୍ୟରେ ଆଉ ୩୬୯ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ସୋମବାର ଆଉ ୩୬୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୨ହଜାର ୫୬୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୭୦ ଜଣ ଥିବାବେଳେ କଟକରୁ ୪୨ ଜଣ, ମୟୂରଭଞ୍ଜରୁ ୧୯ ଜଣ, ଜଗତସିଂହପୁର, ଯାଜପୁର ଓ ପୁରୀରୁ ୧୩ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୯ ଜଣ, କେନ୍ଦ୍ରାପଡ଼ାରୁ ୮ ଜଣ, ଭଦ୍ରକ ଓ ସମ୍ବଲପୁରରୁ ୭ ଜଣ ଲେଖାଏଁ ଓ ଢେଙ୍କାନାଳରୁ ୫ ଜଣ, ବରଗଡ଼ରୁ ୪ ଜଣ, ଝାରସୁଗୁଡ଼ାରୁ ୩ ଜଣ, ବାଲେଶ୍ୱର, ଗଂଜାମ, କେରାପୁଟ, ନୟାଗଡ଼ରୁ ୨ ଜଣ ଲେଖାଏଁ, ଅନୁଗୁଳ, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର, ନୂଆପଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲରୁ ୪୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
