ରାଜ୍ୟରେ ଆଉ ୧,୦୭୮ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଏବେ ଅଗଷ୍ଟ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ବୁଧବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୧,୦୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୨୬ ଓ ସ୍ଥାନୀୟ ଅଞ୍ଚଳରୁ ୪୫୨ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୦ହଜାର ୦୭୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨୬ ଜଣ ଥିବାବେଳେ ବାଲେଶ୍ୱରରୁ ୪୫ଜଣ, ବରଗଡ଼ରୁ ୬ଜଣ, ଭଦ୍ରକରୁ ୨୫ଜଣ, ବଲାଙ୍ଗୀରରୁ ୪ଜଣ, ବୌଦ୍ଧରୁ ଜଣେ, କଟକରୁ ୧୪୭ଜଣ, ଦେଓଗଡ଼ରୁ ୪ଜଣ, ଢେଙ୍କାନାଳରୁ ୧୬ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୬ଜଣ, କେନ୍ଦ୍ରାପଡ଼ାରୁ ୫୧ଜଣ, କେନ୍ଦୁଝରରୁ ୧୨ଜଣ, ଖୋର୍ଦ୍ଧାରୁ ୩୭୨ଜଣ, ମାଲକାନାଗିରିରୁ ୫ଜଣ, ମୟୁରଭଞ୍ଜରୁ ୩୫ଜଣ, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୨୬ଜଣ, ନୂଆପଡ଼ାରୁ ୫ଜଣ, ପୁରୀରୁ ୪୮ଜଣ, ରାୟଗଡ଼ାରୁ ୪ଜଣ, ସମ୍ବଲପୁରରୁ ୧୨ଜଣ, ସୋନପୁରରୁ ୫ଜଣ, ସୁନ୍ଦରଗଡ଼ରୁ ୬ଜଣ ଓ ରାଜ୍ୟ ପୁଲରୁ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୯୦,୦୭୫ ଜଣ କରୋ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୬୯,୯୧୬ ଜଣ ସୁସ୍ଥ ହୋଇଥିବା ବେଳେ ୧୧,୪୮୬ ଜଣ ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୬୬,୨୬,୯୦୫ ସାମ୍ପୁଲ ଟେଷ୍ଟ୍ ହୋଇଛି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୮୮,୯୯୭ ଜଣ କରୋ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୭୨,୭୧୦ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୬୮୨ ଜଣ ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୬୭,୫୨,୪୮୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।
