ରାଜ୍ୟରେ ଆଉ ୪,୩୩୯ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ସୋମବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୪ହଜାର ୩୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ହଜାର ୪୭୫ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୮୬୪ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୫୬ହଜାର ୧୨୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨୨୬ ଜଣ ଥିବାବେଳେ ବାଲେଶ୍ୱରରୁ ୨୯୬ଜଣ, ବରଗଡ଼ରୁ ୬୮ଜଣ, ଭଦ୍ରକରୁ ୨୦୯ଜଣ, ବଲାଙ୍ଗୀରରୁ ୫୩ଜଣ, ବୌଦ୍ଧରୁ ୫୪ଜଣ, କଟକରୁ ୪୮୦ଜଣ, ଦେଓଗଡ଼ରୁ ୨୬ଜଣ, ଢେଙ୍କାନାଳରୁ ୧୪୪ଜଣ, ଗଜପତିରୁ ୩୬ଜଣ, ଗଞ୍ଜାମରୁ ୨୯ଜଣ, ଜଗତସିଂହପୁରରୁ ୧୪୩ଜଣ, ଯାଜପୁରରୁ ୨୦୭ଜଣ, ଝାରସୁଗୁଡ଼ାରୁ ୧୩ଜଣ, କଳାହାଣ୍ଡିରୁ ୬୨ଜଣ, କନ୍ଧମାଳରୁ ୬୨ଜଣ, କେନ୍ଦ୍ରାପଡ଼ାରୁ ୧୮୧ଜଣ, କେନ୍ଦୁଝରରୁ ୯୨ଜଣ, ଖୋର୍ଦ୍ଧାରୁ ୭୦୦ଜଣ, କୋରାପୁଟରୁ ୬୫ଜଣ, ମାଲକାନଗିରିରୁ ୫୦ଜଣ, ମୟୁରଭଞ୍ଜରୁ ୧୫୮ଜଣ, ନବରଙ୍ଗପୁରରୁ ୭୮ଜଣ, ନୟାଗଡ଼ରୁ ୧୪୯ଜଣ, ନୂଆପଡ଼ାରୁ ୧୪ଜଣ, ପୁରୀରୁ ୨୫୫ଜଣ, ରାୟଗଡ଼ାରୁ ୬୪ଜଣ, ସମ୍ବଲପୁରରୁ ୫୪ଜଣ, ସୋନପୁରରୁ ୮୪ଜଣ, ସୁନ୍ଦରଗଡ଼ରୁ ୧୭୮ଜଣ ଏବଂ ରାଜ୍ୟ ପୁଲ୍ରୁ ୧୦୯ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୫୬,୧୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭,୯୬,୭୯୯ ଜଣ ସୁସ୍ଥ ହୋଇଥିବା ବେଳେ ୫୫ହଜାର ୯୨୩ଜଣ ସକ୍ରିୟ ମାମଲା ରହିଛି ।
