ରାଜ୍ୟରେ ଆଉ ୪୪୧ କରୋନା ସଂକ୍ରମିତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ମଙ୍ଗଳବାର ଆଉ ୪୪୧ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୦ହଜାର ୨୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୭୯ ଜଣ ଥିବାବେଳେ କଟକରୁ ୪୦, ବୌଦ୍ଧ ଓ ଜଗତସିଂହପୁରରୁ ୨୫ ଜଣ ଲେଖାଏଁ, ସମ୍ବଲପୁରରୁ ୧୭, ଭଦ୍ରକରୁ ୧୩, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୧୧ ଜଣ ଲେଖାଏଁ, ଦେବଗଡ଼, ନୂଆପଡ଼ା ଓ ରାୟଗଡ଼ାରୁ ୯ ଜଣ ଲେଖାଏଁ, ପୁରୀରୁ ୭, ବାଲେଶ୍ୱରରୁ ୬, ସୁନ୍ଦରଗଡ଼ରୁ ୫, ଗଂଜାମ, କେନ୍ଦୁଝର ଓ କୋରାପୁଟରୁ ୨ ଜଣ ଲେଖାଏଁ, ଅନୁଗୁଳ, ବରଗଡ଼, ବଲାଙ୍ଗୀର, ଝାରସୁଗଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲରୁ ୪୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
