ରାଜ୍ୟରେ ଆଉ ୫୪୬ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଗୁରୁବାର ଆଉ ୫୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୭ହଜାର ୬୫୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୦୩ ଜଣ ଥିବାବେଳେ କଟକରୁ ୫୦, ସୁନ୍ଦରଗଡ଼ରୁ ୧୮, ପୁରୀରୁ ୧୪, ବାଲେଶ୍ୱରରୁ ୧୩, ଜଗତସିଂହପୁରରୁ ୧୨, ସମ୍ବଲପୁରରୁ ୧୨, ଯାଜପୁରରୁ ୧୧, ମୟୂରଭଂଜରୁ ୮, ନୟାଗଡ଼ରୁ ୬, ଝାରସୁଗୁଡ଼ା ଓ କୋରାପୁଟରୁ ୫ ଜଣ ଲେଖାଏଁ, ଭଦ୍ରକ ଓ ବଲାଙ୍ଗୀରରୁ ୪ ଜଣ ଲେଖାଏଁ, ଗଞ୍ଜାମ ଓ କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ, ଅନୁଗୁଳରୁ ୨, ଦେବଗଡ଼, ନବରଙ୍ଗପୁରରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲରୁ ୭୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
