ରାଜ୍ୟରେ ସୁସ୍ଥ ହେଲେ ଆଉ ୫୯୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଆଜି କରୋନା ସଂକ୍ରମଣରୁ ୫୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୩୧୧ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ୨୮୬ ଜଣ ଓ କଟକ ଜିଲ୍ଲାରୁ ଆଜି ୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୨୮, ଜଗତସିଂହପୁରରୁ ୨୭, ଯାଜପୁରରୁ ୨୪, ମୟୂରଭଂଜରୁ ୨୩, ପୁରୀରୁ ୧୬, ସମ୍ବଲପୁରରୁ ୧୨, ସୁନ୍ଦରଗଡ଼ରୁ ୭, ଢେଙ୍କାନାଳ ଓ ଝାରସୁଗୁଡ଼ାରୁ ୬-୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଗଂଜାମ, କୋରାପୁଟରୁ ୪-୪, କେନ୍ଦ୍ରାପଡ଼ାରୁ ୩, ବରଗଡ଼, କେନ୍ଦୁଝର, ନୟାଗଡ଼ରୁ ୨-୨ ଜଣ, କନ୍ଧମାଳଓ ମାଲକାନଗିରିରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୬୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
