ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
ଭୁୁବନେଶ୍ୱର : ରାଜ୍ୟରେ ଆଜି କରୋନା ସଂକ୍ରମଣରୁ ୭୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୭ ହଜାର ୬୩ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୦ ଜଣ ଓ କଟକ ଜିଲ୍ଲାରୁ ୭୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୪୭, ପୁରୀରୁ ୩୯, ଯାଜପୁରରୁ ୩୧, କେନ୍ଦ୍ରାପଡ଼ା ଓ ମୟୂରଭଂଜରୁ ୨୭-୨୭, ଜଗତସିଂହପୁରରୁ ୨୨, ଅନୁଗୁଳରୁ ୧୮, ନୟାଗଡ଼ରୁ ୧୭ ଓ ସୁନ୍ଦରଗଡ଼ରୁ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ସମ୍ବଲପୁରରୁ ୧୫, ବରଗଡ଼ରୁ ୧୩, ଢେଙ୍କାନାଳରୁ ୧୧, ଦେବଗଡ଼ରୁ ୧୦, ଭଦ୍ରକ, ଗଂଜାମରୁ ୭-୭, ବଲାଙ୍ଗୀର, କୋରାପୁଟରୁ ୬-୬, କଳାହାଣ୍ଡିରୁ ୪, ମାଲକାନଗିରିରୁ ୩, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, ନୂଆପଡ଼ାରୁ ୨ ଜଣ ଲେଖାଏଁ, କନ୍ଧମାଳ, ରାୟଗଡ଼ା, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୬୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
