ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪୩ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ସୋମବାର କରୋନା ମହମାରୀରୁ ଆଉ ୮୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୨ ହଜାର ୪୭୩ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୯ ଜଣ ଓ କଟକ ଜିଲ୍ଲାରୁ ୧୩୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୪୫, ପୁରୀରୁ ୩୨, ବାଲେଶ୍ୱରରୁ ୨୩, ସମ୍ବଲପୁରରୁ ୨୦, ମୟୂରଭଂଜ ଓ ନୟାଗଡ଼ରୁ ୧୮-୧୮, ଜଗତସିଂହପୁରରୁ ୧୭, ଢେଙ୍କାନାଳରୁ ୧୪, ଦେବଗଡ଼ ଓ କେନ୍ଦ୍ରାପଡ଼ାରୁ ୧୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରୁ ୧୦, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୮-୮, ଅନୁଗୁଳ, ବରଗଡ଼ରୁ ୭-୭, ଗଂଜାମରୁ ୬, କୋରାପୁଟରୁ ୫, ଝାରସୁଗୁଡ଼ା, କନ୍ଧମାଳରୁ ୪-୪, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ, ନବରଂଗପୁରରୁ ଜଣେ ଏବଂ ରାଜ୍ୟପୁଲରୁ ୭୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
