ରାଜ୍ୟରେ ଆଉ ୮୩୪ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ରବିବାର ଆଉ ୮୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୧ ହଜାର ୬୩୦ରେ ପହଂଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି ।
ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୭୭ ଜଣ ଥିବାବେଳେ କଟକରୁ ୫୯, ଯାଜପୁରରୁ ୪୬, ମୟୂରଭଂଜରୁ ୩୩, ଜଗତସିଂହପୁର, ପୁରୀରୁ ୨୮-୨୮, ସମ୍ବଲପୁରରୁ ୧୯, ବାଲେଶ୍ୱରରୁ ୧୮, ଅନୁଗୁଳ, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୧୬ ଜଣ ଲେଖାଏଁ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୩, ଦେବଗଡ଼, କେନ୍ଦୁଝରରୁ ୧୨-୧୨, ଭଦ୍ରକରୁ ୧୧, ଢେଙ୍କାନାଳରୁ ୧୦, କଳାହାଣ୍ଡିରୁ ୬, ବଲାଙ୍ଗୀରରୁ ୫, ଗଜପତିରୁ ୪, ଗଂଜାମ, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି, ରାୟଗଡ଼ାରୁ ୩ ଜଣ ଲେଖାଏଁ, ବରଗଡ଼, ନୂଆପଡ଼ା, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୮୫ ଜଣ ଆକ୍ରାନ୍ତ କରୋନରୁ ସୁସ୍ଥ ହୋଇଛନ୍ତି।
