ରାଜ୍ୟରେ ଆଉ ୭୬୪ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୭୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୮୫୪ରେ ପହଂଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୯୧ ଜଣ ଥିବାବେଳେ କଟକରୁ ୭୭, ବାଲେଶ୍ୱରରୁ ୫୧, ମୟୂରଭଂଜରୁ ୪୨, ଜଗତସିଂହପୁର, କେନ୍ଦ୍ରାପଡ଼ାରୁ ୩୭-୩୭, ଅନୁଗୁଳରୁ ୩୨, ଯାଜପୁର, ପୁରୀରୁ ୨୪-୨୪, ଭଦ୍ରକରୁ ୨୨, ନୟାଗଡ଼ରୁ ୧୬, ସୁନ୍ଦରଗଡ଼ରୁ ୯, ଢେଙ୍କାନାଳ, କନ୍ଧମାଳରୁ ୭-୭, ଗଂଜାମରୁ ୬, ଦେବଗଡ଼ରୁ ୫, କଳାହାଣ୍ଡି, କେନ୍ଦୁଝରରୁ ୩-୩, ବଲାଙ୍ଗୀର, ଗଜପତି, କୋରାପୁଟ, ରାୟଗଡ଼ାରୁ ୨ଜଣ ଲେଖାଏଁ, ବୌଦ୍ଧ, ମାଲକାନଗିରି, ନୂଆପଡ଼ାରୁ ଜଣେ ଲେଖାଏଁ ଏବଂ ରାଜ୍ୟପୁଲରୁ ୬୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
