ରାଜ୍ୟରେ ସୁସ୍ଥ ହେଲେ ଆଉ ୯୭୯ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଶନିବାର ସୁସ୍ଥ ହେଲେ ଆଉ ୯୭୯ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୮୪ହଜାର ୨୨୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୮୧ ଜଣ ଅଛନ୍ତି । ସେହିପରି କଟକରୁ ୧୪୦ ଜଣ, ଯାଜପୁରରୁ ୪୬, ବାଲେଶ୍ୱରରୁ ୪୧, ନୟାଗଡ଼ରୁ ୩୬, ଜଗତସିଂହପୁର, ପୁରୀରୁ ୩୪ ଜଣ ଲେଖାଏଁ, ଭଦ୍ରକରୁ ୩୧, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରୁ ୨୦ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୧୭, ସମ୍ବଲପୁରରୁ ୧୫, ବଲାଙ୍ଗୀର, କେନ୍ଦୁଝରରୁ ୯-୯, ଅନୁଗୁଳରୁ ୮, କଳାହାଣ୍ଡିରୁ ୭, ଢେଙ୍କାନାଳ, ଗଂଜାମ, ରାୟଗଡ଼ାରୁ ୬ ଜଣ ଲେଖାଏଁ, ବରଗଡ଼, ମାଲକାନଗିରିରୁ ୫-୫ ଜଣ, ଦେବଗଡ଼, ଗଜପତିରୁ ୪-୪, ବୌଦ୍ଧ, କନ୍ଧମାଳ, କେରାପୁଟ, ଝାରସୁଗୁଡ଼ା, ନୂଆପଡ଼ାରୁୁ ୨-୨ ଜଣ ଓ ରାଜ୍ୟ ପୁଲରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
