କରୋନା ସଂକ୍ରମଣର ତଳମୁହାଁ ! ରାଜ୍ୟରେ ଆଉ ୮୮୬ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ତଳମୁହାଁ ଧାରା ଜାରି ରହିଛି । ଫଳରେ ଦୈନିକ ସଂକ୍ରମଣ ମାମଲା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଆଜି ମଧ୍ୟ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୧୬ ଜଣ ଚିହ୍ନଟ ହୋଇଥିବାବେଳେ ୩୭୦ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିଭଳି ଏହି ସଂକ୍ରମିତଙ୍କ ମଧ୍ୟରୁ ୧୬୧ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସର ଶିଶୁ ଓ କିଶୋର । ଏହାକୁ ମିଶାଇ ରାଜ୍ୟର ମୋଟ କୋଭିଡ୍ ମାମଲା ୧୨,୮୦ ,୭୮୪ କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧୨,୬୩,୧୦୬ ଜଣ ସୁସ୍ଥ ହୋଇଥିବାବେଳେ ୮,୬୬୪ ଜଣ ଚିକିତ୍ସାଧିନ ଅଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ଏହି ତଥ୍ୟ ପ୍ରଦାନ କରିଛି । ଏଭଳି ପରିସ୍ଥିତିରେ ଆଉ ଅଳ୍ପ କିଛି ଦିନ ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।
ନୂଆ ସଂକ୍ରାମିତଙ୍କ ମଧ୍ୟରେ ସମ୍ବଲପୁର ଜିଲାରୁ ସର୍ବାଧିକ ୧୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୪, ବାଲେଶ୍ୱର ୩୬, ବରଗଡ ୧୦, ଭଦ୍ରକ ୧୧, ବଲାଙ୍ଗିର ୧୩, ବୌଦ୍ଧ ୫, କଟକ ୪୦, ଦେବଗଡ ୧୫, ଢେଙ୍କାନାଳ ୧୦, ଗଜପତିରୁ ୨୩ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୧୬, ଜଗତସିଂହପୁର ୧୪, ଯାଜପୁର ୩୨, ଝାରସୁଗୁଡା ୨୦, କଳାହାଣ୍ଡି ୧୨, କନ୍ଧମାଳ ୨୫, କେନ୍ଦ୍ରାପଡା ୧୮, କେନ୍ଦୁଝରରେ ୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଖୋର୍ଦ୍ଧାରୁ ୮୬, କୋରାପୁଟ ୬୬, ମାଲକାନଗିରି ୩, ମୟୂରଭଞ୍ଜ ୨୩, ନବରଙ୍ଗପୁର ୧୩, ନୟାଗଡ ୨୦, ନୂଆପଡା ୧୯, ପୁରୀ ୮, ରାୟଗଡା ୨୨, ସୋନପୁର ୨୫, ସୁନ୍ଦରଗଡ ୭୯ ଷ୍ଟେଟପୁଲରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୬୩୯ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୬୩ ହଜାର ୧୦୬ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୮୦, ୭୮୪କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ୮ ହଜାର ୬୬୪ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
