ରାଜ୍ୟରେ ଖସୁଛି ସଂକ୍ରମଣ, ଗତ ୨୪ ଘଣ୍ଟାରେ ଆଉ ୧୧୪୮ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧୀରେ ହ୍ରାସ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ୧୧୪୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୭୨୬୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।
ସେହିପରି ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୬୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୭୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ୧୮ ବର୍ଷରୁ କମ ବୟସର ରହିଛନ୍ତି ୨୪୪ ଜଣ।
ଅନୁଗୁଳ ଜିଲାରୁ ୯୪ଜଣ ଥିବାବେଳେ ବାଲେଶ୍ୱରରୁ ୩୪ଜଣ, ବରଗଡ଼ରୁ ୧୨ଜଣ, ଭଦ୍ରକରୁ ୧୩ଜଣ, ବଲାଙ୍ଗୀରରୁ ୯ଜଣ, ବୌଦ୍ଧରୁ ୨୫ଜଣ, କଟକରୁ ୬୫ଜଣ, ଦେଓଗଡ଼ରୁ ୨୮ଜଣ, ଢେଙ୍କାନାଳରୁ ୧୭ଜଣ, ଗଜପତିରୁ ୪୩ଜଣ, ଗଞ୍ଜାମରୁ ୧୩ଜଣ, ଜଗତସିଂହପୁରରୁ ୨୬ଜଣ, ଯାଜପୁରରୁ ୩୫ଜଣ, ଝାରସୁଗୁଡ଼ାରୁ ୧୩ଜଣ, କଳାହାଣ୍ଡିରୁ ୩୫ଜଣ, କନ୍ଧମାଳରୁ ୩୩ଜଣ, କେନ୍ଦ୍ରାପଡ଼ାରୁ ୨୭ଜଣ, କେନ୍ଦୁଝରରୁ ୨୨ଜଣ, ଖୋର୍ଦ୍ଧାରୁ ୧୫୩ଜଣ, କୋରାପୁଟରୁ ୫୬ଜଣ, ମାଲକାନଗିରିରୁ ୭ଜଣ, ମୟୁରଭଞ୍ଜରୁ ୪୨ଜଣ, ନବରଙ୍ଗପୁରରୁ ୧୮ଜଣ, ନୟାଗଡ଼ରୁ ୨୫ଜଣ, ନୂଆପଡ଼ାରୁ ୨୬ଜଣ, ପୁରୀରୁ ୧୯ଜଣ, ରାୟଗଡ଼ାରୁ ୪୪ଜଣ, ସମ୍ବଲପୁରରୁ ୪୬ଜଣ, ସୋନପୁରରୁ ୯ଜଣ, ସୁନ୍ଦରଗଡ଼ରୁ ୧୨୭ଜଣ ଓ ରାଜ୍ୟ ପୁଲ୍ରୁ ୩୨ଜଣ ରହିଛନ୍ତି। ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୭୭୨୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୨୩୩୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୫୫୯୯୫ଜଣ ସୁସ୍ଥ ହୋଇଛନ୍ତି।
