ଦୈନିକ ସଂକ୍ରମଣ ୫ ହଜାର ମୁହାଁ : ରାଜ୍ୟରେ ଆଉ ୪,୮୨୯ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ବେକାବୁ ହେଉଛି କୋରୋନା ସଂକ୍ରମଣ। ଯାହା ତୃତୀୟ ଲହର ଭୟକୁ ଆହୁରି ଦ୍ବିଗୁଣିତ କରିଛି। ରାଜ୍ୟରେ ଏବେ କୋରୋନା ସଂକ୍ରମଣ ୫ହଜାର ମୁହାଁ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ପୁଣି ୪୮୨୯ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୪୮ କିଶୋର କିଶୋରୀ ରହିଥିବା ବେଳେ ୨୮୨୩ କ୍ବାରେଣ୍ଟାଇନ ସେଣ୍ଟର ଓ ୨୦୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।
ଗତ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ, ସୁନ୍ଦରଗଡ଼ରୁ ୮୬୯ ଜଣ, ସମ୍ବଲପୁରରୁ ୬୪୪ ଜଣ, କଟକରୁ ୪୦୧ ଜଣ, ବାଲେଶ୍ବରରୁ ୨୧୦ ଜଣ, ଝାରସୁଗୁଡ଼ାରୁ ୧୮୯ ଜଣ, ମୟୂରଭଞ୍ଜରୁ ୧୬୨ ଜଣ,ପୁରୀରୁ ୧୩୦ ଜଣ, ବଲାଙ୍ଗୀରରୁ ୧୦୪ ଜଣ, ନବରଙ୍ଗପୁରରୁ ୮୫ ଜଣ, ବରଗଡ଼ରୁ ୮୪ ଜଣ, ରାୟଗଡ଼ାରୁ ୮୨ ଜଣ, କୋରାପୁଟରୁ ୭୭ ଜଣ, ଅନୁଗୁଳ ଓ ଭଦ୍ରକ ଜିଲ୍ଲାରୁ ୬୯ ଜଣ ଲେଖାଁଏ, କେନ୍ଦୁଝରରୁ ୬୩ ଜଣ, ନୂଆପଡ଼ାରୁ ୫୧ ଜଣ, ଗଞ୍ଜାମରୁ ୪୯ ଜଣ, କଳାହାଣ୍ଡିରୁ ୪୮ ଜଣ, ଜଗତସିଂହପୁୁରରୁ ୪୬ ଜଣ, ଗଜପତି ଓ ସୋନପୁର ଜିଲ୍ଲାରୁ ୩୨ ଜଣ ଲେଖାଁଏ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରୁ ୨୪ ଜଣ ଲେଖାଁଏ, ଢ଼େଙ୍କାନାଳରୁ ୨୩ ଜଣ, ଦେବଗଡ଼ରୁ ୧୯ ଜଣ,ମାଲକାନଗିରିରୁ ୧୧ ଜଣ, କନ୍ଧମାଳରୁ ୮ ଜଣ, ବୌଦ୍ଧରୁ ୬ ଜଣ ଏବଂ ଷ୍ଟେଟ୍ ପୁଲ୍ରୁ ୨୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୭୫ ହଜାର ୬୯୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୬ ହଜାର ୬୧୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୦ ହଜାର ୫୬୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
ସୂଚନା ଯେ, ଗତ ରବିବାର ୪୭୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ୮ ତାରିଖରେ ୩୬୭୯ ଜଣ , ଜାନୁଆରି ୭ ତାରିଖରେ ୨୭୦୩ ଜଣ, ଜାନୁଆରି ୬ ତାରିଖରେ ୧୮୯୭ ଜଣ , ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଖୋର୍ଦ୍ଧା, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥିତି ଉଦବେଗଜନକ ଥିବା ଜଣାଯାଇଛି।
