୩ ହଜାର ଟପିଲା ଦୈନିକ ସଂକ୍ରମଣ, ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୬୭୯ କରୋନା ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କୋଭିଡ ସଂକ୍ରମଣ। କୋଭିଡ ସଂକ୍ରମଣ ଦିନକୁ ଦିନ ଅଧିକ ଗୁରୁତର ହେଉଛି। ଗତକାଲି ଠାରୁ ପୁଣି ଆଜି ସଂକ୍ରମଣ ବହୁମାତ୍ରାରେ ବଢ଼ିଯାଇଛି। ରାଜ୍ୟରେ ୩ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ । ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟାରେ ଆଉ ୩୬୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି।
ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳରୁ ୫୫, ବାଲେଶ୍ୱରରୁ ୧୪, ବରଗଡ଼ରୁ ୪୮, ଭଦ୍ରକରୁ ୧୮, ବଲାଙ୍ଗିରରୁ ୩୫, ବୌଦ୍ଧରୁ ୨, କଟକରୁ ୩୧୦, ଦେବଗଡ଼ରୁ ୨୦, ଢ଼େଙ୍କାନାଳରୁ ୫, ଗଜପତିରୁ ୧୫, ଗଞ୍ଜାମରୁ ୪୨, ଜଗତସିଂହପୁରରୁ ୧୭, ଯାଜପୁରରୁ ୭୮, ଝାରସୁଗୁଡ଼ାରୁ ୧୩୪, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୬, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୪୪, ଖୋର୍ଦ୍ଧାରୁ ୧୨୨୩, କୋରାପୁଟରୁ ୩୬, ମୟୂରଭଞ୍ଜରୁ ୮୦, ନବରଙ୍ଗପୁରରୁ ୪୪, ନୟାଗଡ଼ରୁ ୧୦, ନୂଆପଡ଼ାରୁ ୨୩, ପୁରୀରୁ ୧୦୦, ରାୟଗଡ଼ରୁ ୨୧, ସମ୍ବଲପୁରରୁ ୩୭୨, ସୋନପୁରରୁ ୩୩, ସୁନ୍ଦରଗଡ଼ରୁ ୫୮୨ ଓ ଷ୍ଟେଟ ପୁଲରୁ ୨୮୯ ଜଣ ରହିଛନ୍ତି। ଏଥିସହିତ ରାଜ୍ୟରେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୧୫୫ରେ ପହଞ୍ଚିଛି। ସେଥିରୁ ୧୦ ଲକ୍ଷ ୪୫ ହଜାର ୯୭୧ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ରାଜ୍ୟରେ ବର୍ତ୍ତମାନ ୧୧ ହଜାର ୬୬୩ ଜଣ ସକ୍ରୟ ଆକ୍ରାନ୍ତ ରହିଛନ୍ତି।
