ଦିନକରେ ୧୪୨ % ବଢ଼ିଲା ସଂକ୍ରମଣ! ରାଜ୍ୟରେ ଆଉ ୨୭୦୩ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୭୦୩ ଜଣ କୋଭିଡ ପଜିଟିଭ। ସେଥିରୁ ୪୦୯ ଜଣ ୧୮ ବର୍ଷ ବୟସରୁ କମ ବୟସର ସଂକ୍ରମିତ ଅଛନ୍ତି। ସେହିପରି କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୭୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୧୨୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।
ଏହି ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳରୁ ୭, ବାଲେଶ୍ୱରରୁ ୭୩, ବରଗଡ଼ରୁ ୭୫, ଭଦ୍ରକରୁ ୫, ବଲାଙ୍ଗିରରୁ ୫୪, ବୌଦ୍ଧରୁ ୭, କଟକରୁ ୧୯୧, ଦେବଗଡ଼ରୁ ୩୭, ଢ଼େଙ୍କାନାଳରୁ ୩, ଗଜପତିରୁ ୯, ଗଞ୍ଜାମରୁ ୨୭, ଜଗତସିଂହପୁରରୁ ୧୩, ଯାଜପୁରରୁ ୭୮, ଝାରସୁଗୁଡ଼ାରୁ ୧୦୬, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୩, କେନ୍ଦ୍ରାପଡ଼ରୁ ୬, କେନ୍ଦୁଝରରୁ ୩୩, ଖୋର୍ଦ୍ଧାରୁ ୯୨୬, କୋରାପୁଟରୁ ୧୯, ମାଲକାନଗିରିରୁ ୪୨, ନବରଙ୍ଗପୁରରୁ ୨୯, ନୟାଗଡ଼ରୁ ୬, ନୂଆପଡ଼ାରୁ ୧୦, ପୁରୀରୁ ୫୪, ରାୟଗଡ଼ାରୁ ୨୨, ସମ୍ବଲପୁରରୁ ୧୭୯, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୪୫୪ ଏବଂ ଷ୍ଟେଟପୁଲରୁ ୨୧୧ ଜଣ ରହିଛନ୍ତି। ସେହିପରି ଗତକାଲି ରିପୋର୍ଟ ଅନୁସାରେ ୨୦୪ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଆଜିର ଏହି ରିପୋର୍ଟକୁ ମିଶାଇ ରାଜ୍ୟରେ ମୋଟ କରୋନ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୬୨ ହଜାର ୪୭୬ରେ ପହଞ୍ଚିଛି। ସେଥିରୁ ୧୦ ଲକ୍ଷ ୪୫ ହଜାର ୭୧୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୮ ହଜାର ୨୩୭ ଜଣ ସକ୍ରିୟ ରହିଛନ୍ତି।
