ରାଜ୍ୟରେ ଚିନ୍ତା ବଢାଉଛି କରୋନାଜନିତ ମୃତ୍ୟୁ, ଆଉ ୧୮ ମୃତ
ଭୁବନେଶ୍ୱର : ରାଜ୍ୟରେ କୋରୋନା ସଂକ୍ରମଣର ଗ୍ରାଫ ନିମ୍ନଗାମୀ ହୋଇଥିବା ବେଳେ ଗତକିଛି ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଅଡିଟ୍ ପ୍ରୋସେସ ପରେ କୋରୋନାରେ ଆଉ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଭୁବନେଶ୍ୱରରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲାରେ ୩, ଯାଜପୁରରେ ୩ ଓ ଜଗତସିଂହପୁର ଜିଲାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଭଦ୍ରକ, କଟକ, ଢେଙ୍କାନାଳ, କେନ୍ଦୁଝର, ପୁରୀ ଓ ନୟାଗଡରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୬୧୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
