ପୁଣି ବଢ଼ିଲା କରୋନା ମାମଲା! ଦେଶରେ ଆଉ ୩୦,୬୧୫ ସଂକ୍ରମିତ ଓ ୫୧୪ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ମାମଲାରେ ଆଜି ବୃଦ୍ଧି ଦେଖାଦେଇଛି । ଏହାସହ ମୃତ୍ୟୁ ମାମଲାରେ ମଧ୍ୟ ବୃଦ୍ଧି ଘଟିଛି । ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୬୧୫ ନୂତନ କରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୧୪ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୨,୯୮୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୫୨,୮୮୭ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୨.୪୫ ପ୍ରତିଶତ ରହିଛି । ଗତକାଲି ଦେଶରେ ୨୭ ହଜାର ୪୦୯ ମାମଲା ଚିହ୍ନଟ ହୋଇଥିଲା । ଅର୍ଥାତ ଗତ ମଙ୍ଗଳବାର ତୁଳନାରେ ବୁଧବାର ୧୧ ପ୍ରତିଶତ ଅଧିକ ମାମଲା ସାମ୍ନାକୁ ଆସିଛି ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୨୭ ଲକ୍ଷ ୨୩ ହଜାର ୫୫୮ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୧୮ ଲକ୍ଷ ୪୩ ହଜାର ୪୪୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୭୦ ହଜାର ୨୪୦ କରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୯ ହଜାର ୮୭୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଫେବୃଆରୀ ୧୫ ପର୍ଯ୍ୟନ୍ତ ସାରା ଦେଶରେ ୧୭୩ କୋଟି ୮୬ ଲକ୍ଷ ୮୧ ହଜାର ୬୭୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ଲକ୍ଷ ୫୪ ହଜାର ୪୭୬ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୫ କୋଟି ୪୨ ଲକ୍ଷ ୮୪ ହଜାର ୯୭୯ କରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ୫୧ ହଜାର ୬୭୭ କରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୨ ପ୍ରତିଶତରୁ ଅଧିକ ରହିଛି ।
