ଦେଶରେ କରୋନା ସଂକ୍ରମଣ ସ୍ଥିର: ୨୪ ଘଣ୍ଟାରେ ୩,୦୬,୦୬୪ ଲକ୍ଷ ସଂକ୍ରମିଚ ଚିହ୍ନଟ, ୪୩୯ ମୃତ
ପଜିଟିଭିଟି ରେଟ୍ ୧୭.୭୮% ରୁ ୨୦.୭୫% କୁ ବୃଦ୍ଧି
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ତୃତୀୟ ଲହର ସଂକ୍ରମଣ ଜାରି ରହିଛି । ଦ୍ରୁତ ଗତିରେ କାୟା ବିସ୍ତାର କରିବା ପରେ ଗତ ତିନି ଦିନ ଧରି ଦେଶରେ କରୋନା ସଂକ୍ରମଣ ଉପରେ ବ୍ରେକ୍ ଚାଲିଛି । ତିନି ଦିନ ଧରି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇନହିଁ । ବରଂ ସାମାନ୍ୟ କମିଛି । ଫଳରେ ସରକାର ଓ ଦେଶବାସୀ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରୁଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬ ହଜାର ୬୪ ନୂଆ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୪୩୯ ଜଣଙ୍କର ମୃତ୍ୟୁ ହୋଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୦୬,୦୬୪ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪୩୯ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୨୭,୪୬୯ କମ୍ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୯୫,୪୩,୩୨୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୪୩୯ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୯,୮୪୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୨,୪୩,୪୯୫ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୬୮,୦୪,୧୪୫। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୨,୪୯,୩୩୫। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୬୨,୨୬,୦୭,୫୧୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୭୧,୬୯,୯୫,୩୩୩ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୧୪,୭୪,୭୫୩ଟି ନମୁନା। ଦୈନିକ ପଜିଟିଭିଟି ହାର ରହିଛି ୨୦.୭୫%।
